Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୯୨ ହଜାର ପଜିଟିଭ୍, ୫ ରାଜ୍ୟରେ ୬୭% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଧିରେ ଧିରେ କାବୁ ପାଉଛି । ଦୈନିକ ପାଖାପାଖି ୨୦ ଲକ୍ଷ ଟେଷ୍ଟ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨ହଜାର ୫୯୬ ନୂଆ ଆକ୍ରାନ୍ତ । ଏଥିରେ ପାଞ୍ଚଟି ରାଜ୍ୟରୁ କେବଳ ୬୭ ପ୍ରତିଶତ ସଂକ୍ରମିତ ଅଛନ୍ତି । ତାମିଲନାଡୁରୁ ସର୍ବାଧିକ ୧୮ହଜାର ପଜିଟିଭ୍ ବାହାରିଛନ୍ତି ।

କେରଳରୁ ୧୫ହଜାର ୫୬୭, ମହାରାଷ୍ଟ୍ରରୁ ୧୦ହଜାର ୮୯୧, କର୍ଣ୍ଣାଟକରୁ ୯ହଜାର ୮୦୮ ଓ ଆନ୍ଧ୍ରପ୍ରଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୭୯୬ ରହିଛି । ଏକାକୀ ତାମିଲନାଡୁରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ ପ୍ରତିଶତରୁ ଅଧିକ ।

ମୃତ୍ୟୁସଂଖ୍ୟା ଧିରେ ଧିରେ କମୁଛି । ୩ ହଜାର ତଳେ ରହିଛି । ୨୪ ଘଣ୍ଟାରେ ଆଉ ୨ହଜାର ୨୧୯ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୦୨, ତାମିଲନାଡୁରେ ୪୦୯ ଜଣ ପ୍ରାଣ ହରାଇଛନ୍ତି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୫୩ହଜାର ୫୨୮କୁ ବୃଦ୍ଧି ପାଇଛି ।

ବଢୁଛି ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା ୯୪.୫୫% ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୨ହଜାର ୬୬୪ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨କୋଟି ୭୪ ଲକ୍ଷ ୪ହଜାରରୁ ଅଧିକ । ଏବେ ଦେଶରେ ୧୨ଲକ୍ଷ ୩୧ହଜାର ୪୧୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.