Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ମେସିନ୍ ଉଠାଇବ କି ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉପରୁ ପରଦା ? ପତ୍ନୀ ବିଦ୍ୟାଶ୍ରୀଙ୍କ ପରେ ଆଜି ଆଦିତ୍ୟଙ୍କ ତିନି ସହଯୋଗୀ ତଥା ପିପୁଲ୍ ଫର୍ ସେବାର ସଦସ୍ୟ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଥିବା ସୂଚନା ମିଲିଛି । ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଚାଲିଛି ଟେଷ୍ଟ ।

ଆଦିତ୍ୟଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପୁପୁଲ୍ ଫର୍ ସେବା ଆଶ୍ରମରେ ସ୍ମୃତି ରଞ୍ଜନ ସେଠୀ, ବିକାଶ ବରାଳ ଓ ଦୀପକ ବେହେରା ସଦସ୍ୟ ଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଏମାନଙ୍କ କଥାରେ ତାଳମେଳ ରହୁ ନଥିବାରୁ ଲାଇ ଡିଟେକସନ୍ ଟେଷ୍ଟ କରାଯାଉଛି ।

ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକସନ୍ ଟେଷ୍ଟ କରାଯାଇଥିଲା । ୫ ଘଣ୍ଟା ଗୁଡ଼େଇ ତୁଡେଇ ୮୩ଟି ପ୍ରଶ୍ନ କରିଥିଲେ ଫରେନସିକ୍ ବିଶେଷଜ୍ଞ । ପୂର୍ବରୁ ବିଦ୍ୟାଶ୍ରୀ ଓ ପିପୁଲ୍ ଫର୍ ସେବାର ତିନି ସଦସ୍ୟଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.