Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ୨୦ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି ।

ଶୁକ୍ରବାର ସକାଳ ୬ ଟା ସୁଦ୍ଧା ହୀରାକୁଦରେ ପ୍ରତି ସେକେଣ୍ଡରେ ୬,୫୬,୦୦୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩,୩୫,୬୫୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଡ୍ୟାମ କର୍ତ୍ତୃପକ୍ଷ ୧୬ ଟି ଫାଟକ ଦେଇ ବନ୍ୟା ଜଳ ଛାଡୁଥିଲେ। ଜଳସ୍ତର ବଢିବାରୁ ଆଉ ୪ ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.