Latest Odisha News

BREAKING NEWS

ଯଦି ପ୍ରଶାସନ ଲୋକଙ୍କ ଦୁଃଖ ଶୁଣୁଛି ତେବେ ସଚିବଙ୍କ ଗସ୍ତର ଆବଶ୍ୟକତା କ’ଣ-ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ଟାର୍ଗେଟରେ ୫ଟି ସଚିବ ।  ବିଜେପି ପରେ କଂଗ୍ରେସ ମାରୁଛି ତୀର । ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ପ୍ରଶାସନ ଯଦି ଲୋକଙ୍କ ଦୁଃଖ ଶୁଣେ ତେବେ ସଚିବ ଯିବାର ଆବଶ୍ୟକତା ନାହିଁ । ଲୋକଙ୍କ ଅଭିଯୋଗ ପାଇଁ କଲେକ୍ଟର, ବିଡିଓ, ତହସିଲଦାର ଅଛନ୍ତି । ସେମାନଙ୍କ ଦ୍ୱାର ଯଦି ଲାେକଙ୍କ ପାଇଁ ଖୋଲା ତେବେ ଏତେ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏବେ ଦେଖା ଯାଉଛି, ଲୋକ  ଅଭିଯୋଗ କାହା ପାଖରେ କହିବେ, କେଉଁଠିକୁ ଗଲେ ସମାଧାନ ହେବ  ଜାଣି ପାରୁନାହାନ୍ତି । ସଚିବ ଜିଲ୍ଲା ବୁଲିବା ଏକ ଲୋକ ଦେଖାଣିଆ କାମ  । ଲୋକଙ୍କ ଦୁଃଖ ସବୁଦିନ ଅଛି । ପ୍ରଶାସନ ସବୁଦିନ ତାଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

5T ସଚିବ ନିୟମ ଉଲଙ୍ଘନ ପ୍ରସଙ୍ଗରେ ସେ DOPTକୁ ଚିଠି ଲେଖିଥିବା କହିଛନ୍ତି । ହେଲେ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି DOPT ଏପର୍ଯ୍ୟନ୍ତ ଜଣାଇ ନାହାଁନ୍ତି । ଆଗକୁ  ଏହି ପ୍ରସଙ୍ଗକୁ କଂଗ୍ରେସ  ସଂସଦ ରେ ଉଠାଇବେ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ଅନ୍ୟପକ୍ଷେ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ମଧ୍ୟ କଡା ସମାଲୋଚନା କରିଛନ୍ତି ବିଜୟ ପଟ୍ଟନାୟକ । ସେ କହିଛନ୍ତି , ଯଦି ଚାର୍ଜସିଟରେ ଗୋପାଳ ଦାସଙ୍କୁ ଏକମାତ୍ର ଅଭିଯୁକ୍ତ କରାଯାଇଥାଏ ତେବେ ଏ ଚାର୍ଜସିଟ ଅଧାପନ୍ତରିଆ । କାରଣ ଜଣେ ଏଏସଆଇ ନବ ଦାସଙ୍କ ପରି ଜଣେ ପ୍ରଭାବଶାଳୀ ନେତାଙ୍କୁ ଦିନ ଦିପହରରେ ହତ୍ୟା କରିପାରେ ଏହା ବିଶ୍ୱାସଯୋଗ୍ୟ ନୁହେଁ । ଏହା ପଛରେ ବଡ ରହସ୍ୟ ରହିଛି । ଯଦି ସେ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିନାହିଁ ତେବେ ଏହି ଚାର୍ଜସିଟ ସମ୍ପୂର୍ଣ୍ଣ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.