Latest Odisha News

ଶ୍ରୀମନ୍ଦିର ସହିତ ଜଡ଼ିତ ଗୁପ୍ତ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ମନ୍ଦିରରେ ଆଜି ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ, ଯାହାକୁ କେହି ମଧ୍ୟ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ ଲୁଚି ରହିଥିବା କିଛି ରହସ୍ୟ ବିଷୟରେ ।

ଶ୍ରୀମନ୍ଦିରରେ ପ୍ରତ୍ୟେକଦିନ ଗୀତ ଗୋବିନ୍ଦ ପାଠ କରାଯାଇଥାଏ। ଏହା ହେଉଛି ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ମିଳନକୁ ନେଇ ରଚିତ ହୋଇଥିବା ଏକ ପୁସ୍ତକ । ଆରମ୍ଭରେ ଏହି ପୁସ୍ତକକୁ କେହି ଗ୍ରହଣ କରି ନ ଥିଲେ।କିନ୍ତୁ ଶେଷରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ହେବାରୁ ପ୍ରତ୍ୟେକ ଦିନ ଏହି ଗ୍ରନ୍ଥକୁ ଶ୍ରୀମନ୍ଦିରରେ ପାଠ କରାଯିବା ପାଇଁ ସ୍ୱୀକୃତି ମିଳିଥିଲା ।

କୁହାଯାଏ କି ଭଗବାନ ଶ୍ରୀଜଗନ୍ନାଥ ପ୍ରାୟ ଦୁଇଥର ଶ୍ରୀମନ୍ଦିର ଛାଡ଼ି ଶଗଡ଼ରେ ଯାତ୍ରା କରିଛନ୍ତି। ପୂର୍ବରୁ ହୋଇଥିବା ଇଂରେଜ ଶାସନ ସମୟରେ ଏବଂ ରକ୍ତବାହୁର ଆକ୍ରମଣ ସମୟରେ ଭଗବାନ ଶ୍ରୀଜଗନ୍ନାଥ ନିଜର ଭାଇ ଓ ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଛାଡ଼ି ଚାଲି ଯାଇଥିଲେ। ଭଗବାନ ଶ୍ରୀମନ୍ଦିର ଛାଡ଼ି ଯିବାପରେ ତାଙ୍କର ସମସ୍ତ ଧନରତ୍ନ ମଧ୍ୟ ଉଭେଇ ଯାଇଥିଲା।

ରକ୍ତବାହୁ ଶ୍ରୀମନ୍ଦିର ଉପରକୁ ଆକ୍ରମଣ କରିବା ସମୟରେ ଶ୍ରୀଜୀଉ ମାନଙ୍କୁ ରକ୍ଷା କରିବା ପାଇଁ ତାଙ୍କୁ ସୁବର୍ଣ୍ଣପୁର ନିଆ ଯାଇଥିଲା।ଏହାପରେ ସେହି ସ୍ଥାନରେ ମଧ୍ୟ ରକ୍ତବାହୁ ଆକ୍ରମଣ କରିଥିଲା। ଶେଷରେ ଭଗବାନଙ୍କୁ ପାତାଳୀ କରି ଦିଆ ଯାଇଥିଲା। ସେତେବେଳେ ଶ୍ରୀଜୀଉ ମାନେ ପ୍ରାୟ ୧୪୦ ବର୍ଷ ଧରି ପାତାଳୀ ହୋଇ ରହିଥିଲେ।

ଶ୍ରୀମନ୍ଦିରରେ ଶଙ୍କରାଚାର୍ଯ୍ୟ ଭଜନ କୀର୍ତ୍ତନ କରୁଥିବା ସମୟରେ ତାଙ୍କ ମନରେ ମଠ ପ୍ରତିଷ୍ଠା କରିବା ପାଇଁ ଇଚ୍ଛା ଜାଗ୍ରତ ହୋଇଥିଲା।ତେଣୁ ସେ ଗୋବର୍ଦ୍ଧନ ମଠ ନାମରେ ଏକ ମଠ ସ୍ଥାପନ କରିଥିଲେ। ଏହାପରେ ସେ ଭାରତର ଅନେକ ସ୍ଥାନରେ ଭ୍ରମଣ କରି ଅନେକ ଗୁଡ଼ିଏ ମଠ ସ୍ଥାପନା କରିଥିଲେ।

ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ଶ୍ରୀଜଗନ୍ନାଥଙ୍କ ପାଇଁ ମନ୍ଦିର ତୋଳି ସାରିବା ପରେ ଭଗବାନ ତାଙ୍କୁ କିଛି ବର ମାଗିବା ପାଇଁ କହିଥିଲେ।ରାଜା ଭଗବାନଙ୍କୁ ଏହି ବର ମାଗିଥିଲେ କି, “ପୁରୀ ଧାମରେ କେହି କେବେବି ଭୋକିଲା ରହିବେ ନାହିଁ”। ତେଣୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପାଖରେ ପ୍ରତ୍ୟେକଦିନ ୬୦ ପଉଟି ଭୋଗ ଲାଗିଥାଏ ଏବଂ ଆନନ୍ଦ ବଜାରରେ ସମସ୍ତେ ମିଳିମିଶି ଭୋଗ ଖାଇଥାନ୍ତି। ସେଠାରେ କୌଣସି ଜାତି ଭେଦ, ଉଚ୍ଚ ନୀଚ ଦେଖାଯାଇ ନଥାଏ।

Leave A Reply

Your email address will not be published.