Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଶୁକ୍ରବାର ଦିନ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ କାର୍ଯ୍ୟାଳୟ ଓ ଘରେ ଏକକାଳନୀ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ତାଙ୍କ ନବରଙ୍ଗପୁରର ଭଡା ଘର ଓ କାର୍ଯ୍ୟାଳୟରେ, ଭୁବନେଶ୍ୱର, ଫୁଲବାଣୀ ଓ ପାରଳାଖେମୁଣ୍ଡିରେ ଥିବା ସମସ୍ତ ସମ୍ପତ୍ତି ର ତଲାସ କରିଥିଲା ଭିଜିଲାନ୍ସ ।

ଚାକିରୀ ନିୟମିତ କରାଇଦେବା ପାଇଁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଠାରୁ ୪୦ହଜାର ଟଙ୍କା ଦାବି କରିଥିବା ନେଇ ପୂର୍ବରୁ ଆରଟିଓ ଗଣେଶ୍ୱର କହଁରଙ୍କ ବିରୁଦ୍ଧରେ ଏତଲା ଦାଏର କରାଯାଇଥିଲା । ଗତ ୨୧ ତାରିଖରେ ଗଣେଶ୍ୱରଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନ ଆରଟିଓଙ୍କୁ ଟଙ୍କା ଫେରସ୍ତ କରିବାକୁ କହୁଛନ୍ତି ।

ଏନେଇ ଫେବୃଆରୀ ୨୨ ତାରିଖରେ ଡାଟା ଏଣ୍ଟ୍ରି ଅପରେଟର ନବରଙ୍ଗପୁର ଏଡିଏମ ଏନ.ସି ସୁତାର ଓ ସ୍ଥାନୀୟ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।

Leave A Reply

Your email address will not be published.