Latest Odisha News

ମରଣାନ୍ତକ କରୋନା ଭାଇରସ୍‌: ଭୟାନକ ସଂକ୍ରମଣରୁ କିପରି ବର୍ତ୍ତିବା ଜାଣନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବ୍ୟାପି ଚାଲିଛି ଭୟାନକ କରୋନା ଭାଇରସ୍ । ସବୁଠାରୁ ବିପଜ୍ଜନକ କଥାହେଲା ଯେ, ଏହି ମରଣାନ୍ତକ ଭୂତାଣୁଟି ଖୁବ୍ ଶିଘ୍ର ସଂକ୍ରମଣ ହୋଇଥାଏ । ଏହା ବ୍ୟତୀତ, ଏହି ଭାଇରସ ସଂକ୍ରମିତ ହେବାର କିଛି ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ । ଏହି ବିପଦପୂର୍ଣ୍ଣ ଭାଇରସ୍ ଯୋଗୁଁ ବର୍ତ୍ତମାନ ସମଗ୍ର ବିଶ୍ୱ ସମୁଦାୟ ଲାଗି ଏକ ବିରାଟବଡ଼ ମୁଣ୍ଡବ୍ୟଥାର କାରଣ ହୋଇ ପଡ଼ିଛି । ଚୀନରୁ ଏହି ଭାଇରସ୍ ସଂକ୍ରମିତ ହୋଇ କ୍ରମେ ୮୨ଟି ଦେଶକୁ ବ୍ୟାପି ସାରିଛି ।

BjdElectrycity

ଏହି କରୋନା ଭାଇରସ ଲାଗି ସାରା ବିଶ୍ୱର ମଣିଷ ସମାଜ ଏବେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଭାରତ ଏବଂ ଓଡ଼ିଶାରେ ଏହି ରୋଗର ଭୂତାଣୁ ସଂକ୍ରମିତ ହେବାରେ ଲାଗୁଥିବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି । ସଂଦିଗ୍ଧ କରୋନା ଭାଇରସ ସଂକ୍ରମିତ ରୋଗୀମାନଙ୍କର ନମୂନା ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଉଛି । କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସଚେତନ କରିବାକୁ ତତ୍ପରତା ପ୍ରକାଶ କରି ଦୃଢ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି ।

କରୋନା ଭାଇରସରୁ ଆମେ କିପରି ବର୍ତ୍ତିବା !

କରୋନା ଭାଇରସର ବ୍ୟାପିବାରେ ଲାଗିଥିବା ବେଳେ ଏହି ରୋଗୀମାନଙ୍କର ଚିକିତ୍ସା ପଦ୍ଧତି ଏବେ ସୁଦ୍ଧା ବାହାରି ନାହିଁ କି ଏଥିଲାଗି ଚିକିତ୍ସା ବିଜ୍ଞାନରେ ସେପରି କୌଣସି ଔଷଧ ମହଜୁଦ ନାହିଁ । ରୋଗର ଚିକିତ୍ସା ଅପେକ୍ଷା ବର୍ତ୍ତମାନ ଏହି ରୋଗ ଲାଗି ପ୍ରତିଷେଧାତ୍ମକ ବ୍ୟବସ୍ଥାକୁ ବେଶ୍ ଗୁରୁତ୍ୱ ପ୍ରଦାନ କରାଯାଉଛି ।

କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବାଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ସାରା ବିଶ୍ୱ ଲାଗି ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

କୋଭିଡ଼ – ୧୯ (କରୋନା ଭାଇରସ)ରୁ ବର୍ତ୍ତିବା ଲାଗି କ’ଣ କରିବା ଉଚିତ:

  • ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବେ ଧୁଅନ୍ତୁ
  • କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ/ଟିସୁ ପେପର ଦ୍ୱାରା ଘୋଡ଼ାଇ ରଖନ୍ତୁ
  • ବ୍ୟବହୃତ ଟିସୁ ପେପରକୁ ଯଥାଶିଘ୍ର ଢାଙ୍କୁଣୀ ଥିବା ଡଷ୍ଟବିନରେ ପକାଇ ଦିଅନ୍ତୁ
  • ଯଦି ଆପଣ ଜ୍ୱର, କାଶ, କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ
  • ଯଦି ଆପଣଙ୍କର ଏହିଭଳି କିଛି ଲକ୍ଷଣ ଦେଖାଯାଉଥାଏ ତେବେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ପରାମର୍ଶ କରନ୍ତୁ
  • ଜନଗହଳି ସ୍ଥାନଠାରୁ ଯଥେଷ୍ଟ ଭାବେ ଦୁରେଇ ରୁହନ୍ତୁ

କ’ଣ କରିବା ଅନୁଚିତ:

  • ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବେ ତେବେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ନାହିଁ
  • ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ
  • ସର୍ବସାଧାରଣ ସ୍ଥାନରେ ଛେପ ଓ ଖଙ୍କାର ପକାନ୍ତୁ ନାହିଁ

ପ୍ରକୃତରେ ଏହିପରି ଏକ ସମ୍ବେଦନଶୀଳ ଏବଂ ଭୟାନକ ପରିସ୍ଥିତିରେ ଆମେ ସମସ୍ତେ ମିଳିମିଶି ଏହି କରୋନା ଭୂତାଣୁକୁ ପ୍ରତିରୋଧ କରିପାରିବା ।

Leave A Reply

Your email address will not be published.