Latest Odisha News

ଅଭିନୟ ଜଗତରେ ପାଦ ଥାପିବେ କ୍ରିକେଟ ବାଦଶାହା ଯୁବରାଜ ସିଂ..

ମୁମ୍ବାଇ: କ୍ରିକେଟ ଫିଲଡ଼ରେ ନିଜ ପାରଙ୍ଗମତା ଦେଖାଇବା ପରେ ଏବେ ସିନେମା ଆଡକୁ ମୁଁହାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । କ୍ରିକେଟରୁ ସନ୍ୟାସ ନେବା ପରେ ବିଭିନ୍ନ ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ୟୁବି।

ସ୍ତ୍ରୀ ହେଜେଲ କିଚ୍‌ ଏବଂ ଜୋରାଭର ସିଂଙ୍କ ସହ ୟୁବି ଖୁବଶୀଘ୍ର ଏକ ୱେବ ସିରିଜରେ ନଜର ଆସିବେ ବୋଲି ଜଣାପଡିଛି।

ଆସାମସ୍ଥିତ ’ଡ୍ରିମ୍‌ ହାଉସ୍‌ ପ୍ରଡକସନ୍‌’ ସହଯୋଗରେ ନିର୍ମାଣ କରାଯାଉଥିବା ଏହି ଓ୍ବେବ୍‌ ସିରିଜ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜୋରାଭର। ଯୁବରାଜଙ୍କ ମା’ ଶବନମ୍‌ ମଧ୍ୟ ଏହି ଓ୍ବେବ୍‌ ସିରିଜ୍‌ ସହ ଯୋଡି ହୋଇଛନ୍ତି।

Comments are closed.