Latest Odisha News

BREAKING NEWS

ଆଜି ଶାନ୍ତନୁ ମହାପାତ୍ରଙ୍କ ବ୍ୟାଙ୍କ୍ ଲକର୍ ଖୋଲିବ ଭିଜିଲାନ୍ସ

ଭୁବନେଶ୍ଵର: ଚାଲିଛି କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଠାବ । ଆଜି ଖୋଲିବ ବ୍ୟାଙ୍କ ଲକର୍ । ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବ୍ୟାଙ୍କ୍ ଲକର୍ ଖୋଲିବ ଭିଜିଲାନ୍ସ । ସେଥିପାଇଁ ଶାନ୍ତନୁଙ୍କୁ ମାଲକାନଗିରିରୁ ଭୁବନେଶ୍ବରକୁ ଆଣୁଛି ଭିଜିଲାନ୍ସ । ଭୁବନେଶ୍ବର କପିଳପ୍ରସାଦ ସ୍ଥିତ ଏସବିଆଇ ଲକର୍ ଖୋଲିବ ଭିଜିଲାନ୍ସ ।

ସୂଚନା ଅନୁସାରେ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରିଥିଲା ଭିଜିଲାନ୍ସ । ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ସେପଟେ ପ୍ରକଳ୍ପ ଅଧିକାରୀଙ୍କ ଘରେ ଚଢ଼ାଉ ବେଳେ ନଗଦ ୨.୬ କୋଟି ଟଙ୍କା ଉଦ୍ଧାର ହୋଇଥିଲା । ଏଥିସହ ୪୨୨ ଗ୍ରାମ୍ ସୁନା ଅଳଙ୍କାର ସହ ୯୧ ଲକ୍ଷ ଡିପୋଜିଟ୍ ମିଳିଥିଲା । କୋରାପୁଟରେ ୬ ହଜାର ସ୍କୋୟାର ଫୁଟ୍ ସ୍ଥାନରେ ତିନି ମହାଲା ବିଶିଷ୍ଟ ଆଲିସାନ ବଙ୍ଗଳା, ଜୟପୁର ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ୪ଟି ଦାମୀ ପ୍ଲଟ, ଗୋଟିଏ କାର, ଦୁଇଟି ବାଇକ୍, ବ୍ୟାଙ୍କ ଡିପୋଜିଟ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

Comments are closed.