ବ୍ୟୁରୋ:ୟୁଟର୍ଣ୍ଣ ମାରିଲା ପ୍ରାଇମ ଭିଡିଓ । ପ୍ରଥମେ ଆସିବନି ଏବେ କହୁଛି ଆସିବ ସେପୁଣି ଶୀଘ୍ର । ଆଜ୍ଞା ହଁ, ଆମେ କହୁଛୁ ପଂଚାୟତ ନାମକ ଏକ ଲୋକପ୍ରୀୟ ଶୋର କଥା । ଦୁଇଦିନ ପୂର୍ବରୁ ପଂଚାୟତର ପରବର୍ତ୍ତୀ ସିଜିନ୍ ଆସିବନି ବୋଲି ଘୋଷଣା କରିଥିଲା ପ୍ରାଇମ ଭିଡିଓ । ବୁଧବାର ପଂଚାୟତ ନୂଆ ସିଜିନର ଏକ ପୋଷ୍ଟର ଜାରି କରି ମୁକ୍ତିଲାଭ ତାରିଖ ଘୋଷଣା କରିଛି ପ୍ରାଇମ ଭିଡିଓ । ଡିସେମ୍ବର ୩ରେ ପ୍ରାଇମ ଭିଡିଓରେ ଏହି ଶୋ ଉପଲବ୍ଧ ହେବ ବୋଲି ଫ୍ୟାନ୍ଙ୍କୁ ଜଣାଇଛି । ପୋଷ୍ଟରରେ ଦୁର୍ଗେଶ କୁମାର ଯିଏ ଶୋରେ ବନରାକାସ୍ ଭୂମିକାରେ ଅଭିନୟ କରୁଛନ୍ତି ସଚିବଜୀ ଯିଏ ଜିତେନ୍ଦ୍ର କୁମାର ଭୂମିକାରେ ଅଭିନୟ କରୁଛନ୍ତି, ତାଙ୍କ ଆଡକୁ ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଲିଛି । ଫଟୋ ପୋଷ୍ଟ ସହ ପ୍ରାଇମ ଭିଡିଓ ପକ୍ଷରୁ ଲେଖାଯାଇଛି ‘ଥୋଡି ତକରାର୍, ଥୋଡା ପ୍ୟାର୍ ରହେଗା, ଫୁଲେରା ମେଁ ଆପକା ଇନ୍ତଜାର ରହେଗା’ । ସିଜିନ୍ ୪ରେ ଫୁଲେରା ଦେଖିଥିବା ଦଶ ର୍କଙ୍କ ପାଇଁ ହାଇଲାଇଟ୍ସ ହେଉଛି ପ୍ରଧାନ ଜୀ ଏବଂ ମଂଜୁ ଦେବୀ ସେମାନଙ୍କର ନେତୃତ୍ୱ ହରାଇଛନ୍ତି । କ୍ରାନ୍ତୀ ଦେବୀ ନୂତନ ପ୍ରଧାନ ହୋଇଛନ୍ତି । ଯହାକି ଅଭିଷେକଙ୍କ ପାଇଁ ନୂଆ ସମସ୍ୟା ଆଣିବ । ଦୀପକ କୁମାର ମିଶ୍ରାଙ୍କ ନିର୍ଦ୍ଦେଶିତ ପଂଚାୟତରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଫୈସଲ ମଲ୍ଲିକ, ଚନ୍ଦନ ରାୟ, ସାନଭିକା, ଦୁର୍ଗେଶ କୁମାର, ଅଶୋକ ପାଠକ ଓ ସୁନୀତା ରାଜୱାର ନଜର ଆସିଛନ୍ତି ।
BREAKING NEWS
- ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ; ୨୪,୧୫୦ କୋଟି…
- After Delay Tease: ପ୍ରାଇମ ଭିଡିଓର ବଡ ଘୋଷଣା, ଡିସେମ୍ବର ୩ରେ ‘ପଂଚାୟତ-୫’
- ବାତ୍ୟା କାହିଁକି ଘୂର୍ଣ୍ଣନ କରେ: କେମିତି ଓ କାହିଁକି ସୃଷ୍ଟି ହୁଏ ଏହି ଚକ୍ରବ୍ୟୁହ?
- ACF ସୌମ୍ୟ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ
- Cyclone Akvan: ବାତ୍ୟା ଭୟରେ ଗଜପତିରେ ୨୧ ଯାଏଁ ସ୍କୁଲ ଛୁଟି…
- ସ୍ୟାଣ୍ଡପେପରଗେଟ୍ ବିବାଦ ପୁଣି ଥରେ ଚର୍ଚ୍ଚାରେ: ବ୍ୟାଙ୍କ୍ରଫ୍ଟଙ୍କ ବଡ଼ ଦାବି
- NEET ପେପର୍ ଲିକ୍ ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ନିର୍ଦ୍ଦେଶ, ଡେ-ଟୁ-ଡେ ଭିତ୍ତିରେ ଆରମ୍ଭ ହେବ ବିଚାର ପ୍ରକ୍ରିୟା
- ‘ରାଜ୍ୟରେ ଅସୁରକ୍ଷିତ ଓ ଅବହେଳିତ ଆଦିବାସୀ’ କେନ୍ଦୁଝରରେ ଆଦିବାସୀଙ୍କୁ ଆକ୍ରମଣ ବିରୋଧରେ ବିରାଟ ରାଲି
- ଅକୱାନ କିଏ ଥିଲା, ବାତ୍ୟାର ନାମକରଣ ପଛର ରହସ୍ୟ କଣ?
- “ଗ୍ରାମୀଣ ରୂପାନ୍ତରଣ ପାଇଁ ଜଳ ସୁରକ୍ଷାର ପୁନଃଚିନ୍ତନ” ନେଇ ବିଆଇପିଏଫ ପକ୍ଷରୁ ସମ୍ମିଳନୀ ଆୟୋଜିତ