ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।
ଏହି ମୋଟ ଅତିରିକ୍ତ ବ୍ୟୟ ବରାଦ ମଧ୍ୟରୁ ୧୭,୯୯୦ କୋଟି ଟଙ୍କା ‘କାର୍ଯ୍ୟକ୍ରମ ବ୍ୟୟ’ (Programme Expenditure) ଅଧୀନରେ ରଖାଯାଇଥିବା ବେଳେ, ଅବଶିଷ୍ଟ ଅର୍ଥରାଶି ‘ପ୍ରଶାସନିକ ବ୍ୟୟ’ (Administrative Expenditure) ଅଧୀନରେ ରହିଛି। କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରେ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକ ପାଇଁ ୧୪,୨୨୮ କୋଟି ଟଙ୍କା, ରାଜ୍ୟ କ୍ଷେତ୍ର ଯୋଜନାଗୁଡ଼ିକ ପାଇଁ ୩,୪୪୨ କୋଟି ଟଙ୍କା ଏବଂ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡ଼ିକ ପାଇଁ ୩୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଏହା ବ୍ୟତୀତ ଆଦିବାସୀ ଅଞ୍ଚଳ ଉପ-ଯୋଜନା (TASP) ଅଧୀନରେ ୩,୭୬୫ କୋଟି ଟଙ୍କା ଏବଂ ଅନୁସୂଚିତ ଜାତି ପାଇଁ ସ୍ୱତନ୍ତ୍ର ଉପ-ଯୋଜନା (SCSP) ଅଧୀନରେ ୨,୬୪୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିପରି ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ୨,୩୫୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ସେହିପରି ଏହି ଅତିରିକ୍ତ ବଜେଟ୍ ରେ ମହିଳା ସଶକ୍ତିକରଣ ପାଇଁ ୧,୨୪୭ କୋଟି ଟଙ୍କା, ‘ସୁଭଦ୍ରା’ ଯୋଜନା ପାଇଁ ୫୫୦ କୋଟି ଟଙ୍କା, ‘ସମୃଦ୍ଧ କୃଷକ ଯୋଜନା’ ପାଇଁ ୩୮୦ କୋଟି ଟଙ୍କା ଏବଂ ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ବିକାଶ ଯୋଜନା ପାଇଁ ୬୪୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି।
ଜାଣନ୍ତୁ କେଉଁଠି କେତେ…

