Latest Odisha News

କରୋନା କାଳରେ ବିରୋଧୀଙ୍କ ତୁଚ୍ଛ ରାଜନୀତି : ଦିଲ୍ଲୀ ପରେ ମୁମ୍ବାଇରେ ଲାଗିଲା ମୋଦି ବିରୋଧୀ ପୋଷ୍ଟର

ମୁମ୍ବାଇ: କରୋନା ମହାମାରୀ ନେଇ ସମଗ୍ର ବିଶ୍ୱ ଏକଜୁଟ ହେଉଥିବା ବେଳେ ଭାରତରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହା କବଳରୁ କିପରି ମୁକୁଳିବା ସେ ଚିନ୍ତା କରାଯିବା ପରିବର୍ତେ ବିରୋଧୀମାନେ ତଳସ୍ତରର ରାଜନୀତି ଆରମ୍ଭ କରିଛନ୍ତି । ଦିଲ୍ଲୀରେ ମୋଦିଙ୍କୁ ବିରୋଧ କରି ପୋଷ୍ଟର ଲଗା ଯାଇଥିଲା । ଏହି ଘଟଣାରେ ୨୫ଜଣ ଗିରଫ ବି ହୋଇଥିଲେ । ଏବେ ଏ ଭଳି ପୋଷ୍ଟର ମୁମ୍ବାଇରେ ଏବଂ ଉତରାଖଣ୍ଡର କଂଗ୍ରେସ ଭବନ ନିକଟରେ ଦେଖିବାକୁ ମିଳିଛି ।

ଅନ୍ୟ ଦେଶ କରୋନା ସଂକ୍ରମିତରେ ଫସିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଭ୍ୟାକ୍ସିନ ପଠା ଯାଇଥିଲା । ଏହାକୁ ଟାର୍ଗେଟ କରି ବିରୋଧୀ ମାନେ ଲେଖିଛନ୍ତି ମୋଦିଜୀ ହମାରା ବଚ୍ଚେ କା ଭ୍ୟାକ୍ସିନ ବିଦେଶ କ୍ୟୁ ଭେଜ ଦିୟା । ସୂଚନାଯୋଗ୍ୟ, ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିଥିବାରୁ ତାର ଜବାବରେ ସେମାନେ ମଧ୍ୟ ଆମ ବିପଦ ବେଳେ ହାତଖୋଲା ସହଯୋଗ ଯୋଗାଇ ଆସୁଛନ୍ତି ।

Leave A Reply

Your email address will not be published.