Latest Odisha News

BREAKING NEWS

ଚତୁର୍ଥ ଦିନରେ ଅପରେସନ୍ ବାର୍ଜ P-305: ୪୮ ନିଖୋଜ, ଉଦ୍ଧାର ହେଲାଣି ୩୭ ମୃତଦେହ

ମୁମ୍ବାଇ: ବାତ୍ୟା ତାଉ-ତେ ପ୍ରଭାବରେ ମୁମ୍ବାଇ ଉପକୂଳରେ ବୁଡ଼ିଥିବା ଜାହାଜରୁ ଏବେ ବି ୪୮ ଜଣଙ୍କର ସନ୍ଧାନ ମିଳିନାହିଁ । ଘଟଣାକୁ ଚାରି ଦିନ ହୋଇଥିଲେ ବି ସେମାନଙ୍କର ପତ୍ତା ମିଳିନି । ଦିନ ରାତି ଉଦ୍ଧାର ଅଭିଯାନ ଜାରି ରଖିଛି ନୌସେନା ଓ କୋଷ୍ଟ ଗାର୍ଡ । ତଲାସୀ ଅଭିଯାନରେ ବଡ଼ ବଡ଼ ଜାହାଜ, ପି-୮୧ ବିମାନ, ସି କିଙ୍ଗ ହେଲିକପ୍ଟର ସମେତ ତଟରକ୍ଷୀ ଏବଂ ଓଏନସିଜିର ଜାହାଜ ଲାଗିଛି ।

BjdElectrycity

ତାଉ-ତେ ପ୍ରଭାବରେ ଓଏନଜିସିର ବାର୍ଜ P-305 ମ୍ୱାଇ ଉପକୂଳରୁ କିଛି ଦୂର ସମୁଦ୍ରରେ ଫସି ଯାଇଥିଲା । ପରେ ପ୍ରବଳ ପବନରେ ବୁଡି ଯାଇଥିଲା ଜାହାଜ । ବର୍ତ୍ତମାନ ସୁଦ୍ଧା ୩୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ୧୮୮ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ନୌସେନା ଓ ତଟରକ୍ଷୀ ବାହିନୀ । ଜାହାଜରେ ସେତେବେଳେ ୨୭୩ ଜଣ ଥିଲେ । କୁହାଯାଉଛି ନିଖୋଜ ଥିବା ବ୍ୟକ୍ତି ଆଉ ଜୀବିତ ନଥାଇ ପାରନ୍ତି ।

Leave A Reply

Your email address will not be published.