ଜୟପୁର: କଥାରେ ଅଛି ରଖେ ହରି ତ ମାରେ କିଏ। ରାଜସ୍ଥାନ ଯୋଧପୁରର ଜଣେ ଯୁବକଙ୍କ ସହ ତିନି ତିନି ଥର ମରଣ ମୁଁହରୁ ଫେରି ଆସିଛନ୍ତି । ମୃତ୍ୟୁକୁ ମାତ୍ ଦେଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଛନ୍ତି।
ରାଜସ୍ଥାନର ଯୋଧପୁରରେ ଚ୍ୟାରିଟି ଖୋଲିଥିବା ଜଣେ ବ୍ରିଟିଶ ନାଗରିକ ଇଆନ ଜୋନ୍ସ। କିଛିଦିନ ତଳେ ପ୍ରଥମେ ତାଙ୍କୁ ଡେଙ୍ଗୁ ହୋଇଥିଲା। ଏହାପରେ ତାଙ୍କୁ ମ୍ୟାଲେରିଆ ଓ କିଛି ଦିନ ତଳେ ସେ ମହାମାରୀ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।
ଏସବୁ ରୋଗକୁ ମାତ୍ ଦେଇ ସେ ସୁସ୍ଥ ହୋଇଥିବା ବେ ନିକଟରେ ତାଙ୍କୁ ଏକ ବିଷାକ୍ତ ନାଗ ସାପ କାମୁଡ଼ି ଦେଇଥିଲା। ଏଥିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବା ବେଳେ ସବୁଥର ପରି ଏଥର ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଥିଲେ। ମୃତ୍ୟୁ ସହ ସଂଘର୍ଷ କରି ସେ ବିଜୟୀ ହୋଇଛନ୍ତି।
ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ଟାଟେର କହିଛନ୍ତି ଯେ, ଗତ ସପ୍ତାହରେ ଯୋଧପୁରର ଏକ ଗାଁରେ ବୁଲୁଥିବା ବେଳେ ଜୋନ୍ସଙ୍କୁ ଏହି ବିଷାକ୍ତ ସାପ କାମୁଡ଼ିଥିଲା। ଏହାପରେ ସେ ଏଠାକୁ ଆସିଥିଲେ।ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲେ ସୁଦ୍ଧା ସେ ଏଥିରୁ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି।
Comments are closed.