Latest Odisha News

BREAKING NEWS

ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବନ୍ଧୁକ ଓ ଗୁଳି ଜବତ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ମାଓବାଦୀ ଚଳାଇଥିଲେ କ୍ୟାମ୍ପ । ସୂଚନା ପାଇଁ ଚଢ଼ାଉ କରିଥିଲା ସିଆରପିଏଫ୍ । ନୂଆପଡ଼ା ଜିଲ୍ଲା ପାଟଦରହା ଭଇଁଶମୁଣ୍ଡି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ସେଠାରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ବି ଜବତ ହୋଇଛି ।

ସୁରକ୍ଷାକର୍ମୀଙ୍କ ଅପରେସନ ସୂଚନା ପାଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏକ ବଡ଼ଧରଣର ହିଂସାକାଣ୍ଡ ନେଇ ମାଓବାଦୀମାନେ ସେଠାରେ ଯୋଜନା ଚଳାଉଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସିଆରପିଏଫ୍ । ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଆଶଙ୍କା କରି ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି ଯବାନ ।

Leave A Reply

Your email address will not be published.