Latest Odisha News

ଭାରତର ମୂଲ୍ୟବାନ ଆଦ୍ରଭୂମି ଦ୍ରୁତ ବେଗରେ ଲୋପ ପାଉଛି

ପ୍ରଫୁଲ୍ଲ କୁମାର ଜେନା

ପୋଖରୀ, ଗାଡ଼ିଆ, ନାଳ, ସନ୍ତସନ୍ତିଆ ଜମି ଇତ୍ୟାଦିକୁ ଆଦ୍ରଭୂମି କୁହାଯାଏ । ଏହି ଆଦ୍ରଭୂମିଗୁଡ଼ିକ ପାଣିରୁ ସମସ୍ତ ପ୍ରକାର ମଇଳା, ପଟୁମାଟି ଇତ୍ୟାଦି ଛାଣି ରଖେ ଏବଂ ବହୁପ୍ରକାର ଜୀବଜନ୍ତୁଙ୍କ ପାଇଁ ବସବାସ ଓ ଖାଦ୍ୟ ଯୋଗାଇ ଦିଏ । ଆଦ୍ରଭୂମି ଗୁଡ଼ିକର ମାଧ୍ୟମରେ ବର୍ଷାଜଳ ନଦୀ, ନାଳ ଓ ଭୂଗର୍ଭକୁ ନିୟମିତ ଭାବେ ନିଷ୍କାସିତ ହୁଏ । ଏଗୁଡ଼ିକ ମଧ୍ୟ ବର୍ଷାଜଳ ବହୁପରିମାଣରେ ଧାରଣ କରି ବନ୍ୟାକୁ ନିୟନ୍ତ୍ରଣ କରନ୍ତି ଏବଂ ଭୂତଳ ଜଳ ପରିମାଣ ବଢ଼ାନ୍ତି । ଆଦ୍ରଭୂମିରେ ବହୁତ ଗଛ, ବୃକ୍ଷ ଥାଏ । ଏଗୁଡ଼ିକ ମୃତ୍ତିକା କ୍ଷୟକୁ ବହୁପରିମାଣରେ ନିୟବଣ କରନ୍ତି ଏବଂ ତାହା ସହିତ ନଦୀ ଓ ସମୁଦ୍ରକୂଳ ଅଳକୁ ସୁରକ୍ଷିତ ରଖନ୍ତି ।

ଆଦ୍ରଭୂମି ମଧ୍ୟ ନାଇଟ୍ରୋଜେନ୍‌, ଫସଫରସ୍ ଇତ୍ୟାଦି ସଂଗ୍ରହ କରି ମୃିକାର ଉର୍ବରାଶକ୍ତି ବଢ଼ାଇଥାଏ । ଏହିପରି ଭାବରେ ଆଦ୍ରଭୂମିଗୁଡ଼ିକ ପରିବେଶ ସୁରକ୍ଷା କରିବା ସହିତ ମନୁଷ୍ୟ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ବହୁ ପ୍ରକାରରେ ଉମ ଜୀବନ ଯାପନ କରିବାକୁ ସାହାଯ୍ୟ କରିଥାନ୍ତି । ବିଂଶ ଶତାଦ୍ଦୀର ପ୍ରାରମ୍ଭରୁ ଶିଳ୍ପାୟନ, ସହର ବଜାର, ରାସ୍ତାଘାଟ, କୃଷିକ୍ଷେତ୍ର ଇତ୍ୟାଦି ଦ୍ରୁତବେଗରେ ଗଢ଼ି ଉଠିବା ସଙ୍ଗେ ସଙ୍ଗେ ପୃଥିବୀର ସବୁ ଦେଶରେ ବିଶେଷତଃ ଭାରତ ଓ ଅନ୍ୟାନ୍ୟ ଗ୍ରୀଷ୍ମମଣ୍ଡଳ ଦେଶମାନଙ୍କରେ ବହୁପରିମାଣର ଏହି ମୂଲ୍ୟବାନ ଆଦ୍ରଭୂମି ଲୋପପାଇବାରେ ଲାଗିଛି ।

ଭାରତରେ ଛୋଟ ବଡ଼ ହୋଇ ପ୍ରାୟ ୪୧ ଲକ୍ଷ ହେକ୍ଟରର ଆଦ୍ରଭୂମି ଅଛି । ତା’ ଭିତରୁ ୨୨ ହଜାର ପ୍ରାକୃତିକ ଆଦ୍ରଭୂମି ଓ ଅବଶିଷ୍ଟ କୃତ୍ରିମ ଆଦ୍ରଭୂମି । ନଦୀଗୁଡ଼ିକୁ ବାଦ ଦେଲେ ଭାରତରେ ଯେତେ ଆଦ୍ରଭୂମି ଅଛି ତାହା ଦେଶର କ୍ଷେତ୍ରଫଳର ୧୮.୪ ଶତାଂଶ ଅଟେ । ଦେଶର ସମୁଦାୟ ଆଦ୍ରଭୂମିର ୬.୪୭ ଲକ୍ଷ ହେକ୍ଟର ହେନ୍ତାଳବଣ ଅନ୍ତର୍ଭୁକ୍ତ । ଏହି ହେନ୍ତାଳବଣର ୮୦ ଶତାଂଶ ପଶ୍ଚିମ ବଙ୍ଗର ସୁନ୍ଦରବନ ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ରହିଛି ଏବଂ ଅବଶିଷ୍ଟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟର ଉପକୂଳ ଅଳରେ ରହିଛି । ଆଧୁନିକ ଧରଣର ଚାଷବାସ, ଶିଳ୍ପ କାରଖାନା, ସହରବଜାର, ରାସ୍ତାଘାଟ ଇତ୍ୟାଦି ବହୁପରିମାଣରେ ଗଢ଼ି ଉଠିବା ଯୋଗୁଁ ଏ କେତୋଟି ଦଶନ୍ଧି ଭିତରେ ଦେଶର ୭୦ ରୁ ୮୦ ଭାଗ ଆଦ୍ରଭୂମି ନଷ୍ଟ ହୋଇ ଗଲାଣି । ଆଦ୍ରଭୂମିର ଦୁଇ-ତୃତୀୟାଂଶ ଚାଷଜମିରେ ପରିଣତ ହୋଇଗଲାଣି । ଭାରତରେ ଆଦ୍ରଭୂମିର ୨୨ ଶତାଂଶ ମନୁଷ୍ୟ ବସବାସ ପାଇଁ, ୧୯ ଶତାଂଶ ମାଛଧରା ପାଇଁ, ୨୩ ଶତାଂଶ ଚାଷବାସପାଇଁ, ୧୫ ଶତାଂଶ ଅବବାହିକା ଅଳର ମୃିକା କ୍ଷୟ ଯୋଗୁଁ ଏବଂ ୨୦ ଶତାଂଶ ଶିଳ୍ପ ଓ ଅନ୍ୟାନ୍ୟ ପ୍ରଦୁଷଣ ଯୋଗୁଁ କ୍ଷୟ ହେଉଛି ।

ନିମ୍ନ କେତେକ ମନୁଷ୍ୟକୃତ କାର୍ଯ୍ୟ ଯୋଗୁଁ ଆଦ୍ରଭୂମି ଦ୍ରୁତବେଗରେ ଲୋପ ପାଇବାରେ ଲାଗିଛି –

୧) ଜଳାଶୟମାନଙ୍କର ଗତି ପରିବର୍ତ୍ତନ – ଖଣିଜ ସମ୍ପଦ ଉୋଳନ ଏବଂ ରାସ୍ତାଘାଟ ଇତ୍ୟାଦି ଗଢ଼ି ଉଠିବା ଯୋଗୁଁ ବହୁ କ୍ଷେତ୍ରରେ ନଦୀ, ନାଳଗୁଡ଼ିକର ପ୍ରାକୃତିକ ପ୍ରଭାହରେ ପରିର୍ବନ କରାଯିବା ଯୋଗୁଁ ନିକଟବର୍ତ୍ତୀ ଆଦ୍ରଭୂମିଗୁଡ଼ିକ ବହୁ ପରିମାଣରେ ନଷ୍ଟ ହେଉଛି ।

୨) କୃଷିଭିତ୍ତିକ କାର୍ଯ୍ୟକ୍ରମ – ଦେଶରେ ଜନସଂଖ୍ୟା ବଢ଼ିବା ସହିତ ବହୁପରିମାଣର ଆଦ୍ରଭୂମି କୃଷିପାଇଁ ନିୟୋଜିତ କରାଯାଉଛି । ଉଦାହରଣ ସ୍ୱରୂପ, ଗଙ୍ଗା ଉପତ୍ୟକାରେ ବହୁପରିମାଣର ଚାଷବାସ ହୋଇ ଅଧିକାଂଶ ଆଦ୍ରଭୂମି କ୍ଷୟ ହେଉଛି । ସେହିପରି ଭାବରେ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦ ପ୍ରାୟ ୩୪ ହଜାର ହେକ୍ଟରର ପ୍ରାକୃତିକ ଆଦ୍ରଭୂମି ହରାଇ ବସିଛି ।

୩) ପ୍ରଦୁଷଣ ପ୍ରଭାବ – ଭାରତରେ ପ୍ରାରମ୍ଭରୁ ଛୋଟ ବଡ଼ ହୋଇ ପ୍ରାୟ ୫୦ ହଜାର ହ୍ରଦ ଥିଲା । ମାତ୍ର ଶିଳ୍ପ ଓ ସହର ବଜାରର ଆବର୍ଜନା ନିଷ୍କାସିତ ହୋଇ ଏଗୁଡ଼ିକ ଦ୍ରୁତବେଗରେ ନଷ୍ଟ ହେଉଛି ।

୪) ଆଇନଗତ ନିୟମ ଲଙ୍ଘନ – ଦେଶର ବିଭିନ୍ନ ସ୍ଥାନରେ ଆଦ୍ରଭୂମିଗୁଡ଼ିକ କୃଷି, ଜଳସେଚନ, ରାଜସ୍ୱ, ପର୍ଯ୍ୟଟନ ପ୍ରଭୃତି ମବାଳୟ ଅଧିନରେ ଥିବାରୁ ଏବଂ ଆଦ୍ରଭୂମିର ରକ୍ଷଣାବେକ୍ଷଣର ଉପଯୁକ୍ତ ନିୟମ କାନୁନ୍‌ର ଅଭାବରୁ ଏହି ମବାଳୟଗୁଡ଼ିକ ନିଜନିଜ କ୍ଷେତ୍ରର ଯୋଜନା ପ୍ରତି ଗୁରୁତ୍ୱ ଦିଅନ୍ତି ଓ ଆଦ୍ରଭୂମିର ରକ୍ଷଣା ପ୍ରତି ବିଶେଷ ନଜର ଦିଅନ୍ତି ନାହିଁ ।

୫) ଆଦ୍ରଭୂମି ଅଳରେ ବହୁ ଜଙ୍ଗଲ କ୍ଷୟ – କୃଷି, ମତ୍ସ୍ୟ ଉତ୍ପାଦନ ଇତ୍ୟାଦି, ବିଭାଗ ନିଜନିଜ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ବହୁପରିମାଣର ଆଦ୍ରଭୂମି ବିଶେଷତଃ ହେନ୍ତାଳବଣ ନଷ୍ଟ କରୁଛନ୍ତି ।

୬) ଜଳାଶୟ ନିର୍ମାଣରେ ଜଳ ପ୍ରଭାବର ପରିବର୍ତ୍ତନ – ବିଭିନ୍ନ ସ୍ଥାନରେ ନଦୀଗୁଡ଼ିକ ଉପରେ ଛୋଟବଡ଼ ଜଳାଶୟ ନିର୍ମାଣ କରାଯାଇ କୃଷି ଓ ବିଦ୍ୟୁତ୍ ଉତ୍ପାଦନ ହେଉଛି । ଏସବୁ ଯୋଗୁଁ ସେ ଅଞ୍ଚଳର ଆଦ୍ରଭୂମିଗୁଡ଼ିକ ବହୁ ପରିମାଣରେ ନଷ୍ଟ ହେଉଛି ।

୭) ସହର ବଜାର- କଳ କାରଖାନା ଓ ଆଧୁନିକ କୃଷିଜାତ ଦୂଷିତ ଜଳ ଆଦ୍ରଭୂମିଗୁଡ଼ିକୁ ନିଷ୍କାସିତ ହୋଇ ସେଗୁଡ଼ିକୁ ବହୁ ପରିମାଣରେ ଦୂଷିତ କରୁଛି ।

୮) ଭୂତଳ ଜଳପନର କ୍ଷୟ – ଚାଷବାସ ପାଇଁ ବହୁପରିମାଣରେ ଭୂତଳ ଜଳର ନିଷ୍କାସନ ଯୋଗୁଁ ଅନେକକ୍ଷେତ୍ରରେ ଆଦ୍ରଜମିଗୁଡ଼ିକ ଶୁଖିଯାଉଛି । ଏପରିକି କେତେକ ନିକଟର୍ବୀ ନଦୀଗୁଡ଼ିକର ସ୍ରୋତରେ ମଧ୍ୟ ହ୍ରାସ ଘଟୁଛି ।

୯) ସ୍ଥାନୀୟ ଉଦ୍ଭିଦର ହ୍ରାସ – ବିଭିନ୍ନ ପ୍ରକାର କ୍ଷତିକାରକ ଘାସ ଓ ଦଳ ଯୋଗୁଁ ବହୁକ୍ଷେତ୍ରରେ ଆଦ୍ର ଭୂମିଗୁଡ଼ିକ ମଧ୍ୟ ନଷ୍ଟ ହେଉଛି ।

ଆଦ୍ରଭୂମି କିପରି ଶିଳ୍ପ କାରଖାନା, ସହରବଜାର ଗଢ଼ି ଉଠିବାରେ ନଷ୍ଟ ହୁଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଏଠାରେ ଉଲ୍ଲେଖ ଯୋଗ୍ୟ । ଭୁବନେଶ୍ୱରରୁ କଟକ ପ୍ରାୟ ୨୦ କି.ମି ଦୂର । ଏହି ଦୁଇ ସହର ଭିତରେ ଥିବା ପାଞ୍ଚ ନମ୍ବର ଜାତୀୟ ରାଜପଥର ଦୁଇକଡ଼ରେ ଗତ ତିରିଶ-ଚାଳିଶ ବର୍ଷ ପୂର୍ବେ ଶହେରୁ-ଦୁଇଶହ ମିଟର ଓସାରର ଆଦ୍ରଭୂମି ଥିଲା । ସେହି ଆଦ୍ରଭୂମିଗୁଡ଼ିକ ବର୍ଷସାରା ପାଣିରେ ଭରିଥାଏ । ସେଗୁଡ଼ିକଙ୍କର ଦୁଇକଡ଼ ବିଭିନ୍ନ ପ୍ରକାରର ସବୁଜ ରଙ୍ଗର ଗଛବୃକ୍ଷରେ ପୁରି ରହିଥିଲା । ସ୍ଥାନୀୟ ଲୋକମାନେ ସେହି ଆଦ୍ରଭୂମିର ଜଳ ଖରା ଓ ଶୀତ ଋତୁରେ ଚାଷବାସ, ଗାଧୋଇବା ଇତ୍ୟାଦି ପାଇଁ ବ୍ୟବହାର କରିବା ସହିତ ବହୁ ପ୍ରକାରର ମାଛଧରି ଜୀବିକା ଅର୍ଜନ କରୁଥିଲେ । ସେହି ଆଦ୍ରଭୂମିର କେତେକ ଅଳରେ କଇଁ, ପଦ୍ମ ଇତ୍ୟାଦି ଫୁଲ ଫୁଟୁଥିଲା ଏବଂ କେତେ ପ୍ରକାରର ପଶୁପକ୍ଷୀଙ୍କର ଆଶ୍ରୟ ସ୍ଥଳରେ ପରିଣତ ହୋଇଥିଲା । ଏହାଛଡ଼ା ଏସବୁ ଆଳରେ ଭୂତଳ ଜଳ ପ୍ରଚୁର ପରିମାଣରେ ମଧ୍ୟ ମିଳୁଥିଲା । ଏହି କେତୋଟି ବର୍ଷ ଭିତରେ ସେସବୁ ସ୍ଥାନରେ ଶିଳ୍ପ କାରଖାନା, କୋଠାବାଡ଼ି, ରାସ୍ତାଘାଟ ଇତ୍ୟାଦି ଗଢ଼ି ଉଠିବା ଯୋଗୁଁ ସେଠାରେ ଥିବା ସବୁ ଆଦ୍ରଭୂମି ଲୋପ ପାଇଗଲାଣି ଓ ବୃକ୍ଷଶୂନ୍ୟ ହୋଇଗଲାଣି । ଏହା ସହିତ ସେସବୁ ସ୍ଥାନରେ ଭୂତଳ ଜଳର ମଧ୍ୟ ପନ ଘଟି ଜଳାଭାବ ଘଟିଲାଣି ।

ବର୍ତ୍ତମାନ ସେ ଅଳର ପରିବେଶ ମଧ୍ୟ ରୁକ୍ଷ ଓ ଦୂଷିତ ହେବାରେ ଲାଗିଛି । ଆଦ୍ରଭୂମିଗୁଡ଼ିକ ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ବହୁତ ପ୍ରୟୋଜନ । ତେଣୁ ଦେଶରେ ଅବଶିଷ୍ଟ ଆଦ୍ର ଭୂମିଗୁଡ଼ିକୁ ସୁରକ୍ଷିତ ରଖି ଅନ୍ୟାନ୍ୟ ବୃକ୍ଷଶୂନ୍ୟ ଓ ଶୁଖିଲା ପଡ଼ିଥିବା ସ୍ଥାନମାନଙ୍କରେ ଆଦ୍ରଭୂମି ଗଠନ କରାଯିବା ଉଚିତ । ପ୍ରାକୃତିକ ଓ କୁତ୍ରିମ ଆଦ୍ରଭୂମିଗୁଡ଼ିକୁ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ କରାଗଲେ, ଆମର ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ଉନ୍ନତି ଘଟିବା ସହିତ ପରିବେଶ ନିର୍ମଳ ଓ ସ୍ୱାସ୍ଥ୍ୟକର ରହିବ ।

(ପୂର୍ବତନ ଡାଇରେକ୍ଟର ଜେନେରାଲ୍‌, ସି.ଏସ୍‌.ଆଇ.ଆର., ଇଣ୍ଡିଆ)
ଚେୟାରମ୍ୟାନ୍‌, ଇନ୍‌ଷ୍ଟିଚ୍ୟୁଟ ଅଫ୍ ଆଡ଼ଭାନ୍ସ ଟେକ୍ନୋଲୋଜି ଏଣ୍ଡ ଏନ୍‌ଭାଇରନମୋଲ ଷ୍ଟଡ଼ିଜ୍‌
୮୦ଏ-୮୩ଏ, ଲୁଇସ୍‌ରୋଡ଼,
ଭୁବନେଶ୍ୱର

Leave A Reply

Your email address will not be published.