ନୂଆଦିଲ୍ଲୀ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ବର୍ଣ୍ଣବୈଷ୍ୟମତା ନେଇ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରାଯାଉଛି । ଭାରତରେ ହିନ୍ଦୁସ୍ତାନ ଲିଭର ଫେୟାର ଆଣ୍ଡ ଲଭଲୀ କ୍ରିମରୁ ଫେୟାର ଶବ୍ଦ ହଟାଇବା ପାଇଁ ନିଷ୍ପତି ନେଇଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଏବେ ଇମାମୀ ସମେତ ଅନ୍ୟ ବ୍ୟୁଟି ବ୍ରାଣ୍ଡ ମଧ୍ୟ ସେମାନଙ୍କ ସାମଗ୍ରୀରୁ ଫେୟାର ଶବ୍ଦ ହଟାଇବେ ବୋଲି ବିଚାର କରୁଛନ୍ତି । ଲରିୟଲ କମ୍ପାନୀ ହ୍ୱାଇଟ, ଲାଇଟ, ଫେୟାର ଶବ୍ଦ ହଟାଇବ ।
ସେହିପରି ଶାଦୀ ଡଟ କମ୍ ମଧ୍ୟ ବର୍ଣ୍ଣ ନେଇ ପାର୍ଟନର ବାଛିବା ବିକଳ୍ପ ମଧ୍ୟ ହଟାଇବା ପାଇଁ ଚିନ୍ତା କରୁଛି । ଜନଶନ ଆଣ୍ଡ ଜନଶନ ମଧ୍ୟ ତାର ସାମଗ୍ରୀରେ କୌଣସି ନିର୍ଦ୍ଦିଷ୍ଟ ବର୍ଣ୍ଣକୁ ନେଇ ବିଜ୍ଞାପନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।
Comments are closed.