Latest Odisha News

BREAKING NEWS

ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୮

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ଗଞ୍ଜାମର ଜଣେ ୬୮ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ ହାଇପରଟେନସନ ଓ ଡାଇବେଟିସ୍ ରୋଗରେ ପିଡିତ ଥିଲେ । ଏହାକୁ ମିଶାଇ ଗଞ୍ଜାମରେ ୯ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ- ଓଡିଶାରେ ୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଉଲ୍ଲେଖଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ପୂର୍ବରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ୩ ଏବଂ ବରଗଡ ଓ ପୁରୀରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.