ମୁମ୍ବାଇ:ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ କ’ଣ ତାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆଉ ଯିଏ ଆମ ସହ ଅଛନ୍ତି ତାଙ୍କୁ ନେଇ ଆଗକୁ ବଢିବାକୁ ପଡ଼ିବ ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିକଟରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି ଏମିତି କିଛି କହିଛନ୍ତି । ସେ ତାଙ୍କ ମାଆ ଓ ଭାଇଙ୍କ ସହ ଯାଉଥିବା ଏକ ଭିିଡ଼ିଓ ଖୁବ୍ ଭାଇରାଲ ହୋଇଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଭିନେତା ଆୟୁଷ୍ମାନ, ତାଙ୍କ ଭାଇ ଅପାରଶକ୍ତି ଓ ମାଆ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଛନ୍ତି । ବିମାନବନ୍ଦରରୁ ବାହାରିବାବେଳେ ଉଭୟ ପୁଅ ମାଆଙ୍କ ଦୁଇ ହାତକୁ ଧରିଛନ୍ତି ଏବଂ ମାଆ ସେମାନଙ୍କ ସହଯୋଗରେ ଚାଲୁଥିବା ଦେଖାଯାଉଛି । ବାପାଙ୍କ ମୃତ୍ୟୁ ପରେ ପଞ୍ଜାବରେ ସମସ୍ତ ରୀତିନୀତି ସାରି ସେ ମୁମ୍ବାଇ ଫେରିଛନ୍ତି । କିନ୍ତୁ ସାଙ୍ଗରେ ମାଆଙ୍କୁ ଆଣିଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବପ୍ରବଣ ହେଉଛନ୍ତି ।
ଭିଡ଼ିଓକୁ ଦେଖି ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏ ସମୟରେ ତାଙ୍କ ମାଆଙ୍କ ପାଖରେ ଦୁଇ ପୁଅ ଅଛନ୍ତି । ଆଉ କ’ଣ ଦରକାର ବୋଲି ଅନେକ ମତ ଦେଇଛନ୍ତି । ଭଗବାନ ଆପଣ ୩ ଜଣଙ୍କୁ ଶକ୍ତି ଦିଅନ୍ତୁ ଓ ଭଲରେ ରଖନ୍ତୁ ବୋଲି ଆଉ କିଛି ମତ ରଖିଛନ୍ତି ।
ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ମେ ୧୯ ତାରିଖରେ ପଞ୍ଜାବର ମୋହାଲିରେ ପରଲୋକ ହୋଇଥିଲା । ହୃଦ୍ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Comments are closed.