ଜୟପୁର: ପତ୍ନୀ ହତ୍ୟାକାରୀ ସ୍ୱାମୀ । ସେ ଜଣେ ପେଷାଦାର ପତ୍ନୀ ହତ୍ୟାକାରୀ । ଜଣେ ନୁହେଁ ଦୁଇଦୁଇ ଜଣ ପତ୍ନୀଙ୍କୁ ହତ୍ୟା କଲେଣି । ପ୍ରଥମ ପତ୍ନୀଙ୍କୁ ହତ୍ୟା କରିବା ପରେ ଧରାପଡିଥିଲେ । ୧୫ ବର୍ଷ ଜେଲ ଦଣ୍ଡ ବି ଭୋଗିଥିଲେ । ଜେଲରୁ ଫେରିବା ପରେ ୨ୟ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସେ ପୁଣି ସାମନ୍ୟ କଥାରେ । ଖାଇବାକୁ ଦେବାରେ ବିଳମ୍ବ କରିବାରୁ ପତ୍ନୀଙ୍କୁ କାଠ ଫାଳିଆରେ ପିଟି ମାରିଦେଲେ । ଏ ପେଷାଦାର ପତ୍ନୀ ହତ୍ୟାକାରୀ ସ୍ୱାମୀ ହେଉଛନ୍ତି ଭଗତ ହରିଜନ । ବୟସ ୬୩ ବର୍ଷ । ଘର କୋରାପୁଟ ଜିଲ୍ଲା ଜୟପୁରରେ ।
ଜୟପୁର ସହର ଡଙ୍ଗାଗୁଡାର ଭଗତ ହରିଜନ । ଭଗତଙ୍କ ପୁଅ ଡମୁ ଗତକାଲି ଜୟପୁର ସଦର ଥାନାରେ ମା’ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଭଗତଙ୍କୁଗିରଫ କରିଛି । ଡମୁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ସାବତ ବାପା ଭଗତ ତାଙ୍କ ମା’ କୁସୁମା (୫୬) ଙ୍କୁ କାଠ ପାଳିଆରେ ଆକ୍ରମଣ କରି ହତ୍ୟା
କରିଛନ୍ତି । ଖାଇବାକୁ ଦେବା ବିଳମ୍ବ କରିବାସୁ ଉତ୍ୟକ୍ତ ହୋଇ ଭଗତ ପତ୍ନୀ କୁସୁମଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।
ପୋଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ଭଗତଙ୍କୁ ବୋରିଗୁମ୍ମାରୁ ଗିରଫ କରିଛି । ନବରଙ୍ଗପୁରର ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ହତ୍ୟାରେ ବ୍ୟବହୁତ କାଠ ଫାଳିଆକୁ ଜବତ କରିଛି ପୋଲିସ । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ତରଫରୁ ସୁଚନା ଦିଆଯାଇଛି ।
Comments are closed.