Latest Odisha News

BREAKING NEWS

ନରହନ୍ତା ଦନ୍ତାକୁ ଧରିବା ଲାଗି ଜାରି ରହିଛି ଅଭିଯାନ

ପିପିଲି: ପିପିଲିରେ ଦନ୍ତା ହାତୀ ଆତଙ୍କ ଖେଳାଇଥିବା ବେଳେ ତାକୁ ଧରିବା ଲାଗି ପୋଲିସ ସହ ମିଶି ବନ ବିଭାଗ ଅଧିକାରୀମାନେ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ରବିବାର ଦିନ ଏହି ଦନ୍ତା ଆକ୍ରମଣରେ ପିପିଲିରେ ପ୍ରାୟ ୪ ଜଣ ବ୍ୟଙ୍କିର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିଲେ ।

ଏହାବ୍ୟତିତ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭୁବନେଶ୍ୱର ଉପକଣ୍ଠସ୍ଥ ଘାଟିକିଆ ଆର‌୍ୟୁବେଦ ଉଦ୍ୟାନରେ ଏକ ହାତୀକୁ ଠାବ କରାଯାଇଥିଲା ।

ଅଧିକ ପଢନ୍ତୁ: ପିପିଲି: ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଦନ୍ତା ଆକ୍ରମଣରେ ଗତକାଲି ପୁରୀରେ ୩ ଓ ଖୋର୍ଦ୍ଧା ଡିଭିଜନରେ ୩ ଜଣ ଆହତ ହୋଇଥିଲେ । ସେଥିମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଆହୁରି ମଧ୍ୟ “ଗ୍ରାମବାସୀ ମାନଙ୍କୁ ଘରୁ ବାହାରକୁ ନ ବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉକ୍ତ ହାତୀଟିକୁ ଚନ୍ଦକା ଆଡକୁ ଘଉଡାଇବା ଲାଗି ପ୍ରଚେଷ୍ଟା କରାଯାଉଥିବା ନେଇ କହିଛନ୍ତି” ଖୋର୍ଦ୍ଧା ଡିଏଫଓ ସୁଦୀପ ନାୟକ ।

ଏହାମଧ୍ୟରେ କୌଣସି ଦୁର୍ଘଟଣାକୁ ଏଡାଇବା ଲାଗି ପୁରୀ ପ୍ରଶାସନ ପକ୍ଷରୁ ପିପିଲି ବଜାରକୁ ବନ୍ଦ କରିଦିଆଯାଇଛି । ଏଥିସହିତ ବାଲିପାଟଣା ବନ ଖଣ୍ଡ ଅଧିନରେ ଆସୁଥିବା ୧୭ଟି ଗ୍ରାମର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି । ନିମାପଡା, ବଳଙ୍ଗ ଓ ପିପିଲି ବ୍ଲକରେ ହାତୀଙ୍କ ସହ ନଲାଗିବା ପାଇଁ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତକ ତଥା ଆହତମାନଙ୍କୁ ମାନଦଣ୍ଡ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ।

Leave A Reply

Your email address will not be published.