Latest Odisha News

BREAKING NEWS

ପିପିଲି: ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପିପିଲି: ପୁରୀର ପିପିଲି ଅଂଚଳରେ ଦନ୍ତା ହାତୀ ଆକ୍ରମଣରେ ଅନେକ ଧନଜୀବନ କ୍ଷତି ଘଟିଛି । ପୂର୍ବରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଅଜୟ କୁମାର ନାୟକ(୪୫)ଙ୍କ ଜୀବନ ନେଇଛି ଦନ୍ତା ହାତୀ । ଏହା ସହିତ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି । ଆହୁରି ୫ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ସକାଳେ ବଣୁଆ ଦନ୍ତାହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଚୈତନ୍ୟ ସାହୁ ଓ ଯୁଗଳ କିଶୋର ସକାଳୁ ଶୌଚ ହେବାକୁ ଯାଉଥିବାବେଳେ ଦନ୍ତାହାତୀ ସେମାନଙ୍କୁ ଦଳି ଦେଇଥିଲା । ସକାଳ ପ୍ରାୟ ୬ଟାରେ ମକର ପଲେଇ ତାଙ୍କ ବିଲରେ ଥିବାବେଳେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.