Latest Odisha News

BREAKING NEWS

ସନୀଙ୍କୁ ନେଇ ରାହୁଲ ରୱାଲି କରିବେ ସନୀ ଡନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ପୁରାତନ ବନ୍ଧୁମାନଙ୍କ ମଧ୍ୟରେ ଫିଲ୍ମ କରିବାର ଆଗ୍ରହ ବଢ଼ିଛି । ସନୀଙ୍କ ସହ ଅଧିକ ଫିଲ୍ମ କରିଥିବା ରାହୁଲ ରୱାଲି ଆଗ ଅଂଟା ଭିଡିଛନ୍ତି । ସେ ଖୁବ ଶୀଘ୍ର ସନୀଙ୍କୁ ନେଇ ସନୀ ଡନ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ବେତାବ, ଅର୍ଜୁନ, ଡକୈତ, ଯୋଦ୍ଧା, ଅର୍ଜୁନ ପଣ୍ଡିତ ପରି ଫିଲ୍ମ ଦୁହେଁ ଏକତ୍ର କରିଛନ୍ତି । କିଛି ଦିନ ତଳେ ସନୀଙ୍କୁ ଏହି ଫିଲ୍ମ ସମ୍ପର୍କରେ କହିଥିଲି, ମାତ୍ର କଥା ଆଗକୁ ବଢ଼ି ପାରି ନ ଥିଲା । ଗଦର ୨ ପରେ ମୁଁ ପୁନର୍ବାର ସନୀଙ୍କୁ ଏହା ଉପଯୁକ୍ତ ସମୟ ବୋଲି କହିଥିଲି । ସେ ରାଜି ହୋଇଛନ୍ତି । ଏହି ଫିଲ୍ମରେ ସନୀଙ୍କ ପୁରୁଣା ସଫଳ ଚରିତ୍ର ଏଥିରେ ଦେଖିବାକୁ ମିଳିବ ।

ସନୀ ଏବେ ଜ୍ୟାକି ଶ୍ରଫ, ସଞ୍ଜୟ ଦତ ଓ ମିଥୁନ ଚକ୍ରବର୍ତିଙ୍କ ବାପ ଏବଂ ବବି ଦେଓଲ, କରନ ଦେଓଲ ଓ ଧର୍ମେନ୍ଦ୍ରଙ୍କ ସହ ଅପନେ ୨ ପରି ଫିଲ୍ମରେ ବ୍ୟସ୍ତ ଅଛନ୍ତି । ସନୀ ଡନର ସ୍କ୍ରିପ୍ଟ କାମ ସରିବା ପରେ ଅନ୍ୟ କଳାକାର ଚୟନ କରାଯିବ ବୋଲି ରାହୁଲ କହିଛନ୍ତି । ଗଦର ୨ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଫିଲ୍ମ ୪ ଦିନରେ ୧୭୫ କୋଟି ପାଖାପାଖି ଆୟ କରିସାରିଛି । ମଙ୍ଗଳବାର ଅଗଷ୍ଟ ୧୫ ଥିବାରୁ ଭଲ ଆୟର ସମ୍ଭାବନା ରହିଛି ।

Comments are closed.