Latest Odisha News

BREAKING NEWS

ଗୋଆ ପରେ କରୋନା ମୁକ୍ତ ହେଲା ଭାରତର ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନା ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏକ ଆଶ୍ବସ୍ତି ଜନକ ଖବର ସାମ୍ନାକୁ ଆସିଛି ।

ପୂର୍ବରୁ କରୋନାର କଳା ଛାୟାକୁ ଗୋଆ ନିଜ ଉପରୁ ହଟାଇବାରେ ସକ୍ଷମ ହୋଇଥିବା ବେକେ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତର ଆଉ ୨ ରାଜ୍ୟ ।

ଏହି ଦୁଇଟି ରାଜ୍ୟ ହେଉଛି ତ୍ରିପୁରା ଓ ମଣିପୁର। ତ୍ରିପୁରାରେ ୨ ଜଣ କରୋନା ପଜିଟିଭ ସୁସ୍ଥ ହେବା ସହ ଏହି ରାଜ୍ୟକୁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ କରୋନା ମୁକ୍ତ ଘୋଷଣା କରିଛନ୍ତି । ସେହିଭଳି ସପ୍ତାହେ ଆଗରୁ ମଣିପୁରରେ ସମସ୍ତ ୨ କରୋନା ପଜିଟିଭ ସୁସ୍ଥ ହୋଇଥିଲେ ।

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଟୁଇଟ ଜରିଆରେ କହିଛନ୍ତି, “ଦ୍ୱିତୀୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଏହି ଭଳି ଭାବେ ଆମାର ରାଜ୍ୟ କରୋନା ମୁକ୍ତ ହୋଇଯାଇଛି ।

ମୁଁ ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରୁଛି”।

Leave A Reply

Your email address will not be published.