Latest Odisha News

BREAKING NEWS

କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜ୍‌ମା ଥେରାପି ପରୀକ୍ଷଣ କଲା ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି ସମସ୍ତ ରାଜ୍ୟ ସରକାର । କିଏ ଲକ୍‌-ଡାଉନ୍ ଅବଧିକୁ ବଢାଇଛି ତ କିଏ ଚିକିତ୍ସାର ମାନ ବଢାଇବା ସହ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିବାରେ ଲାଗିଛନ୍ତି । ଦିନ ବଢିବା ସହ ଅନେକ ରାଜ୍ୟ କରୋନା ସଂକ୍ରମିତଙ୍କ ଉପରେ ନୂତନ ତଥା ବିଭିନ୍ନ ଚିକିତ୍ସା ପଦ୍ଧତି ପ୍ରୟୋଗ କରୁଛନ୍ତି ।

ଶୁକ୍ରବାର ଦିଲ୍ଲୀ ସରକାର ୪ଜଣ କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ପ୍ରଥମଥର ପାଇଁ ପ୍ଲାଜମା ଥେରାପି ଜରିଆରେ କରୋନା ସଂକ୍ରମଣକୁ ରୋକିବା ଲାଗି ପରୀକ୍ଷଣ କରାଯାଇଥିଲା ।

ଏହି ପ୍ରୟୋଗର ପରିଣାମ ଉତ୍ସାହଜନକ ରହିଥିବାବେଳେ ଆଗାମୀ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷଣ ଜାରି ରହିବ । ତେବେ ଜଟିଳ ସ୍ଥିତିରେ ଥିବା କରୋନା ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରିବାକୁ ଦିଲ୍ଲୀ ସରକାର କେନ୍ଦ୍ରକୁ ଅନୁମତି ମାଗିବ ।

Leave A Reply

Your email address will not be published.