ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ର ଚର୍ଚ୍ଚିତ ନବ ବିବାହିତ ଯୋଡି ଭିକି ଏବଂ କାଟ୍ରିନା କୈଫ୍। ବିବାହ ସମ୍ପନ୍ନ ପରେ ଭିକି ପୁଣି ଥରେ କାମକୁ ଫେରିଥିବା ଦେଖିବାକୁ ମିଳିଛି। ଭିକି ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିସାରିଛନ୍ତି। ସେ କାମ କରିବାକୁ ଯାଉଥିବା ସମୟରେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
କ୍ୟାଟ୍ରିନା ଏବଂ ଭିକି କୌଶଲଙ୍କ ବିବାହ ଏବଂ ବିବାହ ପୂର୍ବ ସମାରୋହର ଫଟୋ ସବୁ ପ୍ରଶଂସକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଭିକିଙ୍କ ସୁଟିଂ ସେଟ୍କୁ ଫେରିବା ପ୍ରଶଂସକଙ୍କୁ ପୁଣି ବାସ୍ତବତାକୁ ଫେରାଇ ଆଣିଛି। ଫଟୋ ସେୟାର୍ କରିବା ସହ ସେ କ୍ୟାପସନରେ ଲେଖିଛନ୍ତି ଯେ ଶୁଟିଂ ପୂର୍ବରୁ ତାଙ୍କୁ ପ୍ରଥମେ ତାଙ୍କ କଫି ଦରକାର।
Comments are closed.