ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ଦିଲ୍ଲୀ ଶାହିନବାଗରେ ଗଲା ୨ମାସ ହେବ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ରବିବାର ହିନ୍ଦୁ ସେନା ପକ୍ଷରୁ ଟ୍ୱିଟ୍ କରି ଆନ୍ଦୋଳନ ଶେଷ କରିବା ପାଇଁ ଘୋଷଣା କରିଛି । ଏହାକୁ ନେଇ ଦିଲ୍ଳୀ ପୋଲିସର ଚିନ୍ତା ବଢ଼ିଛି । ଏହି ଘୋଷଣା ପରେ ସ୍ଥିତି ଅଣାୟତ ହେବା ଆଶଙ୍କାରେ ସମ୍ପୃକ୍ତ ଅଂଚଳରେ ବହୁ ପରିମାଣର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହାସହ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରାଯାଇଛି ।
Delhi: Heavy police deployment in Shaheen Bagh as a precautionary measure, even after Hindu Sena yesterday called off protest site clearance call pic.twitter.com/5LVwLcaaoO
— ANI (@ANI) March 1, 2020
ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଛି । ଗୋଟିଏ ସ୍ଥାନରେ ଏକାଠି ରୁଣ୍ଡ ହୋଇ ନରହିବାକୁ ଦିଲ୍ଲୀ ପୋଲିସ ପୋଷ୍ଟର ମାଧ୍ୟମରେ କହିଛି । ଯଦି କେହି ୧୪୪ ଧାରାକୁ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଚେତାବନୀ ଦେଇଛି । ସୂଚନା ଯୋଗ୍ୟ ଯେ, ହିନ୍ଦୁ ସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା ଯେ, ମାର୍ଚ୍ଚ ୧ ତାରିଖରେ ଶାହିନବାଗ ପ୍ରଦର୍ଶନକାରୀଙ୍କୁ ହଟାଇ ଦିଆଯିବ । ତେଣୁ ଏହାକୁ ଦେଖି ରବିବାର ସକାଳୁ ଶାହିନବାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Comments are closed.