ଭୁବନେଶ୍ୱର: କଂସ ବଧ ସହିତ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରାରେ ଗତକାଲି ସନ୍ଧ୍ୟା ଥିଲା ଶେଷ ସନ୍ଧ୍ୟା। ମଞ୍ଚାରୁ ପଡି ମହାପ୍ରତାପୀ କଂସର ମୃତ୍ୟୁ ହୋଇଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। କଂସ ବଦ୍ଧ ପରେ ମଥୁରା ନଗରୀକୁ ଫେରିଛନ୍ତି କୃଷ୍ଣ ଓ ବଳରାମ।
୧୧ ଦିନ ଧରି ଉତ୍ସବମୁଖର ହୋଇ ପଡ଼ିଥିଲା ବରଗଡ଼ ଓ ଅମ୍ବାପାଲି। ୧୧ଦିନ ବରଗଡ଼ ମଥୁରାନଗରୀ ପାଲଟିଥିବା ବେଳେ ଅମ୍ବାପାଲି ଗୋପପୁର ସାଜିଥିଲା। ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା।
Comments are closed.