ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ପୁନର୍ବାର ଚର୍ଚ୍ଚାରେ । କରନ ଜୋହରଙ୍କ ଦୋସ୍ତାନା ୨ରୁ ବାହାରିବା ପରେ ଏହି ଉଦୀୟମାନ ହୀରୋଙ୍କ ସପକ୍ଷରେ ସମସ୍ତେ ଏକଜୁଟ ହୋଇଥିଲେ । ଏବେ ଶାହାରୁଖଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜରୁ ମଧ୍ୟ କାର୍ତିକଙ୍କ ଛୁଟି ହୋଇଛି । ରିପୋର୍ଟ ମୁତାବକ କ୍ୟାଟ୍ରିନା କୈଫଙ୍କ ସହ ଫ୍ରେଡି ନାମକ ଫିଲ୍ମରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ।
ଏବେ ଏଥିରୁ ଓହରିବା ସହ ସେ ସାଇନିଂ ଆମାଂଉଟ ମଧ୍ୟ ଫେରାଇ ଦେଇଛନ୍ତି । ଏହାର ପ୍ରକୃତ କାରଣ ଜଣା ପଡି ନ ଥିଲେ ମଧ୍ୟ କେତେକ ଫିଲ୍ମ ୱେବସାଇଟରେ ସେ ନିଜେ ଏଥିରୁ ଓହରି ଯାଇଥିବା ଉଲ୍ଲେଖ ରହିଛି ।
Comments are closed.