Latest Odisha News

BREAKING NEWS

ନାବାଳିକାଙ୍କ ସହ ବର୍ବରତା, ଅପହରଣ ପରେ ପୋଷାକ ଚିରି ଭିଡିଓ ଉତ୍ତଳୋନ କଲେ ଦୁର୍ବୁତ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୪ ବର୍ଷର ନାବାଳିକାଙ୍କ ପୋଷାକ ଚିରି ଭିଡ଼ିଓ ଉତ୍ତଳୋନ କରିଛନ୍ତି କିଛି ଦୁର୍ବୁତ୍ତ । ପୁଣି ପ୍ରବଳ ମାଡ଼ ମାରି ପାଟିକୁ କପଡାରେ ବାନ୍ଧି ଜଙ୍ଗଲ ମଧ୍ୟରେ ଛାଡି ଦେଇ ଚାଲିଯାଇଥିଲେ ।

ଖବର ମୁତାବକ, ନାବାଳିକା ଜଣଙ୍କ ନାଳକୁ ଏକୁଟିଆ ଗାଧେଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଯୁବକ ଅପହରଣ ପରେ ପ୍ରଥମେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ନାବାଳିକା ପ୍ରତିବାଦ କରିବାରୁ ତାଙ୍କ ପୋଷାକ ଚିରି ଦେଇ ଭିଡ଼ିଓ ଉତ୍ତଳୋନ କରି ଭାଇରଲ କରିବାକୁ ଧମକ ଦେଇଥିଲେ । ପୁଣି ପ୍ରବଳ ମାଡ଼ ମାରି ପାଟିକୁ କପଡାରେ ବାନ୍ଧି ଜଙ୍ଗଲ ମଧ୍ୟରେ ଛାଡି ଦେଇ ଚାଲିଆସିଥିଲେ ।

ଜଙ୍ଗଲ ମଧ୍ୟରେ ହାତଗୋଡ଼ ବନ୍ଧା ଅବସ୍ଥାରେ ରାତି କାଟି ବହୁ କଷ୍ଟରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣେଇଛନ୍ତି ନାବାଳିକା । ପରିବାର ଲୋକ ବେଲଘର ଥାନାରେ ଲିଖିତ ଅଭିଯୋଗ ପରେ ବେଲଘର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣାରେ ଜଣେ ଯୁବକକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ରହିଛି ।

Leave A Reply

Your email address will not be published.