Latest Odisha News

BREAKING NEWS

ଅଷ୍ଟ୍ରେଲିଆଠୁ ହାରିବା ପରେ ଏହି ଖେଳାଳି ଏବେ ଲୋକଙ୍କ ଟାର୍ଗେଟରେ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହୋଇଛି। ଏହି ସିରିଜର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ  ୬୬ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୭ ୱିକେଟ୍ ହରାଇ ୩୫୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୨୮୬ ରନରେ ସୀମିତ ରହିଥିଲା। ଏହି ମ୍ୟାଚ୍ ପରେ କ୍ରିକେଟ୍ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କୁ ଟ୍ରୋଲ କରୁଛନ୍ତି।

ଏହି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଟ୍ରୋଲ କରାଯାଇଛି। ଏହି ମ୍ୟାଚ୍‌ରେ ଜାଡେଜା କୌଣସି ୱିକେଟ୍ ନ ନେଇ ୧୦ ଓଭରରରେ ୬୧ ରନ୍ ଦେଇଲେ। ସେହିପରି ସେ ୩୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ଜାଡେଜାଙ୍କ ଏହି ଇନିଂସରେ ପ୍ରଶଂସକମାନେ ରାଗି ଯାଇଛନ୍ତି।

ଦୀର୍ଘ ଦିନ ଧରି ନିଜର ଖରାପ ବ୍ୟାଟିଂ ଫର୍ମ ଦେଇ ଗତି କରୁଥିବା ଜାଡେଜା ଭ୍ରମଣକାରୀ ଦଳ ବିରୋଧରେ ମଧ୍ୟ ଟ୍ରାକରେ ନଥିବା ପରି ମନେ ହେଉଥିଲା। ଦ୍ରୁତ ଗତିରେ ସ୍କୋର କରିବା ପରିବର୍ତ୍ତେ ଜାଡେଜା ନିଜ ୱିକେଟକୁ ସୁରକ୍ଷା ଦେବାରେ ଅଧିକ ଧ୍ୟାନ ଦେଉଥିଲେ। ଏହି ମ୍ୟାଚ୍ ଶେଷ ହେବା ପରେ ତାଙ୍କୁ କଡା ଟ୍ରୋଲ କରାଯାଇଛି। ଲୋକଙ୍କ କହିବା କଥା ଜଣେ ଅଲରାଉଣ୍ଡର ଭାବେ ଯେପରି ଦାୟିତ୍ୱ ନେବା କଥା ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିନାହାନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ବକପ ପୂର୍ବରୁ ଖେଳାଯାଇଥିବା ତିନୋଟି ଦିନିକିଆ ମ୍ୟାଚରୁ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ସିରିଜ ହାତେଇଛି।

Leave A Reply

Your email address will not be published.