Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ କୋର୍ଟ

ଫୁଲବାଣୀ: ୨୦୨୨ରେ କନ୍ଧମାଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ।

ଫୁଲବାଣୀ ପୋକ୍ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଆଠ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଲୁପ୍ରା ଦିଗାଲ ଓରଫ ନୁପ୍ରା (୬୧)କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

୧୭ ଜଣ ସାକ୍ଷୀଙ୍କ ବୟାନକୁ ଅନୁଧ୍ୟାନ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଗତ ୨୦୨୨ ମସିହା ଏପ୍ରିଲ ୯ ତାରିଖରେ ବାଲିଗୁଡ଼ା ପୁଲିସ ସୀମାରେ ଥିବା ଏକ ଆମ୍ବ ବଗିଚାକୁ ଦୁଇ ସାଙ୍ଗଙ୍କ ସହ ଆଠ ବର୍ଷର ପୀଡ଼ିତା ଆମ୍ବ ତୋଳିବାକୁ ଯାଇଥିଲେ। ନାବାଳିକା ଜଣକ ବଗିଚାରେ ଆମ୍ବ ତୋଳୁଥିବା ବେଳେ ଦିଗାଲ ତାଙ୍କୁ ପ୍ରଲୋଭନ ଦେଖାଇ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା।

ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳିକା ଜଣକ ଘରେ ପହଞ୍ଚିବା ପରେ ନିଜ ମା’ଙ୍କୁ ସବୁ କଥା କହିଥିଲେ। ମା’ ଦିଗାଲଙ୍କୁ ସବୁ କହିଦେବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ।

ପରେ ପୀଡ଼ିତାଙ୍କ ମା’ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦିଗାଲଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

Leave A Reply

Your email address will not be published.