Latest Odisha News

ମମତାଙ୍କ ପରେ ନୀତିଶଙ୍କ ବଡ ବୟାନ: ୭/୮ ମାସ ପରେ ହୋଇପାରେ ସାଧାରଣ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ନୀତିଶ କୁମାର । ନୀତିଶ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବାରୁ ନିର୍ବାଚନ କରାଇ ପାରନ୍ତି । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ସମାନ କଥା କହିଥିଲେ । ଡିସେମ୍ବର କିମ୍ବା ଜାନୁଆରୀରେ ନିର୍ବାଚନ ହୋଇପାରେ ବୋଲି କହିଥିଲେ । ମମତା କହିଥିଲେ, ବିଜେପି ଉପରେ ଭରସା କରି ହେବନି । ଡିସେମ୍ବର କିମ୍ବା ଜାନୁଆରୀରେ ସାଧାରଣ ନିର୍ବାଚନ କରାଇ ପାରନ୍ତି ।

ମମତାଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରାଇ ପାରନ୍ତି । ୭-୮ମାସ ପୂର୍ବରୁ ନିର୍ବାଚନ ହୋଇପାରେ । ତେଣୁ ସେ ଇଣ୍ଡିଆ  ମେଣ୍ଟର ସମସ୍ତ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ।

ଆଗୁଆ ନିର୍ବାଚନ ସୂଚନା ଦେଇ ମମତା କହିଥିଲେ,  ପ୍ରଚାର ପାଇଁ ସମସ୍ତ ହେଲିକପ୍ଟରକୁ ଗେରୁଆ ଦଳ ଦ୍ୱାରା ବୁକ୍ କରାଯାଇଛି  ।  ‘ତେଣୁ ମୋର ଆଶଙ୍କା ରହିଛି ଯେ ଲୋକସଭା ନିର୍ବାଚନ ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରୀରେ ହୋଇପାରେ। ବିଜେପି ପାଇଁ ସବୁକିଛି ସମ୍ଭବ ।’

ମମତା ବାନାର୍ଜୀ କହିଥିଲେ,  ବିଜେପି ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି, ଯାହାଫଳରେ ଅନ୍ୟ କୌଣସି ରାଜନୈତିକ ଦଳ ଏହାକୁ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ।

Leave A Reply

Your email address will not be published.