Latest Odisha News

BREAKING NEWS

ଶେଷରେ କେରଳ ଛାଡିବ F-35 ଲଢ଼ୁଆ ବିମାନ! ୩୭ ଦିନ ପରେ ପରୀକ୍ଷଣ ଉଡ଼ାଣ ପାଇଁ ପ୍ରସ୍ତୁତ

କେରଳ: ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩୭ ଦିନ ଧରି ଫସି ରହିଥିବା ବ୍ରିଟିଶ ରୟାଲ ନୌସେନାର F-35B ଲଢ଼ୁଆ ବିମାନ ଏବେ ଉଡ଼ିବା ପାଇଁ ପ୍ରସ୍ତୁତ। ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହା ପରେ, ଏହାକୁ ମରାମତି କରିବାକୁ ପାଞ୍ଚ ସପ୍ତାହରୁ ଅଧିକ ସମୟ ଲାଗିଗଲା।

ବ୍ରିଟିଶ ଇଞ୍ଜିନିୟରଙ୍କ ୨୫ ଜଣିଆ ଦଳ ଏହାର ଯାନ୍ତ୍ରିକ ତ୍ରୁଟିକୁ ମରାମତି କରିଛନ୍ତି। ଜେଟ୍ ପରୀକ୍ଷାମୂଳକ ଉଡ଼ାଣ (ପରୀକ୍ଷଣ ସର୍ଟ) ପାଇଁ ପ୍ରସ୍ତୁତ ଅଛି ।

ସୂଚନାଥାଇଉକି, ପଞ୍ଚମ ପିଢ଼ିର ବ୍ରିଟିଶ ଯୁଦ୍ଧ ବିମାନ F-35Bରେ ତ୍ରୁଟି ଦେଖାଦେବା ପରେ ଜୁନ୍ ୧୪ ତାରିଖରେ କେରଳରେ ଜରୁରୀକାଳୀନ ଅବତରଣ କରିଥିଲା। ଭାରତୀୟ ବାୟୁସେନା ଇନ୍ଧନ ଭର୍ତ୍ତି କରିବା ସହିତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲା। ଏହି ୫ମ ପିଢ଼ିର ବିମାନଟି କିଛି ଦିନ ଧରି ବିମାନବନ୍ଦରରେ ପଡ଼ି ରହିଥିଲା। ପ୍ରାରମ୍ଭରେ, ବ୍ରିଟିଶ ନୌସେନା ସେମାନଙ୍କର ଗୁପ୍ତ ପ୍ରଯୁକ୍ତିବିଦ୍ୟାକୁ ଗୋପନୀୟ ରଖିବାକୁ ଚାହୁଁଥିବାରୁ ଏୟାର ଇଣ୍ଡିଆର ହ୍ୟାଙ୍ଗରକୁ ଜେଟ୍ ସ୍ଥାନାନ୍ତର କରିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। କିନ୍ତୁ ୨୨ଦିନ ପରେ ୬ ଜୁଲାଇରେ, ଜେଟ୍‌କୁ ଏୟାର ଇଣ୍ଡିଆର ହ୍ୟାଙ୍ଗର ୨କୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ୟୁକେର ଏକ ଦଳ ଏହାକୁ ମରାମତି କରିଥିଲେ।

ତେବେ ବ୍ରିଟିଶ ହାଇ କମିଶନ ଭାରତକୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଆମେ ଭାରତୀୟ କର୍ତ୍ତୃପକ୍ଷ ଏବଂ ବିମାନବନ୍ଦର ଦଳର ନିରନ୍ତର ସହଯୋଗ ପାଇଁ କୃତଜ୍ଞ।

ସୂଚନାଥାଉକି, F-35 ହେଉଛି ଏକକ ଇଞ୍ଜିନ୍, ମଲ୍ଟିରୋଲ ବିଶିଷ୍ଟ ବିମାନ ଯାହା ପ୍ରାୟ ଦୁଇ ହଜାର କିଲୋମିଟର/ଘଣ୍ଟା ବେଗରେ ଉଡ଼ିପାରିବ। ଏହା ଭର୍ଟିକାଲ ଉଡ଼ାଣ ପାଇଁ ମଧ୍ୟ ସକ୍ଷମ, ଅର୍ଥାତ୍, ଏହା ହେଲିକପ୍ଟର ପରି ସିଧା ଉପରକୁ ଉଡ଼ିପାରିବ। ଏହା କେବଳ ଇଲେକ୍ଟ୍ରୋନିକ୍ ଯୁଦ୍ଧରେ ନୁହେଁ ବରଂ ଗୁଇନ୍ଦା, ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ମିଶନରେ ମଧ୍ୟ ସମାନ ଭାବରେ ସକ୍ଷମ।

Comments are closed.