ଭୁବନେଶ୍ୱର: ଦିନକୁ ଦିନ ଆମ ବସ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚଲା, ଆଉ ମନମାନି ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ, ଏବେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆମ ବସକୁ ପୂଜା ଅର୍ଚ୍ଚନା କରିବା ସହ, ଆଉ ଜୀବନ ନ ନେବା ପାଇଁ ଅନୁରୋଧ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଗାଡ଼କଣ ଆମ ବସ ଡିପୋରୁ। ଆମ ବସ୍କୁ ଯେଭଳି ଜଣେ ଠାକୁରଙ୍କ ଭଳି ପୂଜା କରି, ଏତିକିରେ ଶାନ୍ତ ହେବାପାଇଁ ପ୍ରଥମ କରିଛନ୍ତି। ବସ୍ ଆଗରେ ଅଧିଆ ପଡିଛନ୍ତି। ପ୍ରାର୍ଥନା କରିଛନ୍ତି, ଏତିକିରେ ଶାନ୍ତି ହେଇଯା ଆଉ ମଣିଷ ମାରନି ବୋଲି। ଯାହାର ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି।
ତେବେ ଶନିବାର ଆମ ବସ୍ ରୁପାଲି ଛକରେ ଦୁଇ ଦୁଇଥର ଦୁର୍ଘଟଣା ଘଟାଇଥିଲା। ପ୍ରଥମେ ଏକ ଅଟୋକୁ ଧକ୍କା ଦେଇଥିଲା। ସେଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଥିଲେ। ପରେ ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା। ଯାହା ପରେ ଆମ ବସର ଚଳେଇବା ଢଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଅନ୍ୟପକ୍ଷେ ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍ ଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ ହୋଇଛି।
Comments are closed.