Latest Odisha News

ପୁଣି ପ୍ରେମରେ ପଡିଲେ ସମନ୍ଥା! ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କରୁଛନ୍ତି ଡେଟ୍

ମୁମ୍ବାଇ: ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରଥମେ ଅଭିନେତ୍ରୀ ସମନ୍ଥା ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁହେଁଙ୍କ ନିର୍ବନ୍ଧ ମଧ୍ୟ ଶେଷ ହୋଇଛି । ସେମାନଙ୍କର ନିର୍ବନ୍ଧର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଅଭିନେତ୍ରୀ ସମନ୍ଥାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଜଣାପଡିଛି ଯେ ଅଭିନେତ୍ରୀ ଏବେ ମୁଭଅନ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ସମନ୍ଥା ରୁଥ୍ ପ୍ରଭୁ ନିର୍ଦ୍ଦେଶକ ରାଜ ନିଡିମୋରଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି। ସେମାନେ ପରସ୍ପରକୁ ଭଲ ପାଉଥିବାର ଖବର ମଧ୍ୟ ରହିଛି । କିନ୍ତୁ ଏନେଇ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ । ସେପଟେ ଏନେଇ ସମନ୍ଥା ଓ ରାଜଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମନ୍ଥା ଏବଂ ରାଜ ଏକ ୱେବ୍ ସୋ’ରେ ଏକାଠି କାମ କରୁଛନ୍ତି । ସମନ୍ଥା ରାଜଙ୍କ ସୋ ’ଦ ଫ୍ୟାମିଲି ମ୍ୟାନ୍ ୨’ରେ ଓଟିଟି ଡେବ୍ୟୁ କରିଥିଲେ । ବର୍ତ୍ତମାନ ସେ ରାଜଙ୍କ ସୋ ‘ସିଟାଡେଲ’ରେ ମଧ୍ୟ ନଜର ଆସିଛନ୍ତି । ଦ ଫ୍ୟାମିଲି ମ୍ୟାନ୍ ୨ରେ ସମନ୍ଥାଙ୍କ ଚରିତ୍ର ବେଶ ଲୋକପ୍ରିୟ ହୋଇଥିଲା । ଏବେ ତାଙ୍କର ପରବର୍ତ୍ତି ସୋକୁ ନେଇ ବେଶ ଉତ୍ସାହିତ ଅଛନ୍ତି ପ୍ରଶଂସକ । ଏହି ସୋରେ ଅଭିନେତା ବରୁଣ ଧାୱନ ମଧ୍ୟ ନଜର ଆସିବେ । ଏହି ସୋ’ର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି।

କହିରଖୁଛୁ ଯେ, ସମନ୍ଥା ଏବଂ ନାଗା ଚୈତନ୍ୟ ବୋଧହୁଏ ଦକ୍ଷିଣ ଭାରତୀୟ ଫିଲ୍ମର  ଏକ ଆକର୍ଷଣୀୟ ଯୋଡ଼ି ଥିଲେ । ସାଉଥ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ ନାଗା ଚୈତନ୍ୟ। କିନ୍ତୁ ବେଶି ଦିନ ଏକାଠି ରହିପାରିନଥିଲେ ଏହି ସେଲିବ୍ରିଟି କପଲ। ପରେ ୨୦୨୧ ମସିହାରେ ସାମନ୍ଥାଙ୍କ ସହ ନାଗା ଚୈତନ୍ୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେମାନଙ୍କର ଅଲଗା ହେବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲା ହେଲେ ଦୁହେଁଙ୍କ ସହମତିରେ ହିଁ ଉଭୟ ପରସ୍ପରଠୁ ଅଲଗା ହୋଇଥିବା ଶୁଣିବାକୁ ମିଳିଥିଲା ।

Comments are closed.