Latest Odisha News

ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ କମୁନି ମୃତ୍ୟୁର ତାଣ୍ଡବ: ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ୨୫ ରୋଗୀଙ୍କ ମୃତ୍ୟୁ

ନାଗପୁର: ମହାରାଷ୍ଟ୍ରର ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ । ୨୪ ଘଣ୍ଟାରେ ୨୫ ରୋଗୀଙ୍କର ମୃତ୍ୟୁ ଘଟିସାରିଲାଣି   । ଏଠିକାର ୨ଟି ଭିନ୍ନ ଭିନ୍ନ ସରକାରୀ ଡାକ୍ତରଖାନାରେ ଏହି ୨୫ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ଜଣାପଡି ନାହିଁ ।

ଏଠି କହିରଖିବୁ  ମହାରାଷ୍ଟ୍ର ନାନ୍ଦେଡରେ ଶଙ୍କରରାଓ ଚହ୍ୱାଣ ସରକାରୀ ଡାକ୍ତରଖାନାରେ ଅକ୍ଟୋବର ୨-୩ ତାରିଖରେ ୨୪ ଘଣ୍ଟା ମଧ୍ୟରେ ୩୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା ।   ଡାକ୍ତରଖାନାରେ ଔଷଧ ଯୋଗାଣ ହେଉ ନ ଥିବାରୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡୁଛି ଏବଂ ଗୁରୁତର ରୋଗୀଙ୍କର ମୃତ୍ୟୁ ଘଟୁଛି ବୋଲି ଅଭିଯୋଗ ହେଉଥିଲା । । କଂଗ୍ରେସ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏହି ସରକାରୀ ଡାକ୍ତରଖାନାରେ ମୃତ  ୩୧ ଜଣଙ୍କ ମଧ୍ୟରୁ ୧୫ ଜଣ ଶିଶୁ ଏବଂ ୧୬ ଜଣ ବୟସ୍କ ବ୍ୟକ୍ତି ଅଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ,  ଏହି ଡାକ୍ତରଖାନାକୁ ହାଫକିନ୍ସ ନାମକ କମ୍ପାନୀରୁ ଔଷଧ ଯୋଗାଣ ହେଉଥିଲା । ଏବେ କିଛି ଦିନ ହେବ ଔଷଧ ଯୋଗାଣ ବନ୍ଦ ରହିଛି ।

ସେହିପରି ଅକ୍ଟୋବର ୨ ତାରିଖରୁ ୩ ତାରିଖ-୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟର ଔରଙ୍ଗାବାଦ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏମାନଙ୍କ ମଧ୍ୟରେ ୨ଜଣ ନବଜାତ ଶିଶୁ ଥିଲେ । ନାନ୍ଦେଡ ପରେ ଏହା ୨ ହସ୍ପିଟାଲ ମୃତ୍ୟୁ ଘଟଣା ଯାହା ରାଜ୍ୟବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି ।

ଛତ୍ରପତି ସମ୍ବାଜିନଗରରେ ଥିବା  ସରକାରୀ ଡାକ୍ତରଖାନା ଏବଂ ମେଡିକାଲ କଲେଜ  କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ୨ ତାରିଖରୁ ୩ ତାରିଖ -୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ୧୮ ମୃତ୍ୟୁ ଘଟଣାରୁ ୪ ଜଣ ମୃତ ରୋଗୀ ଏଠାକୁ ଆସିଥିଲେ । ୨ ଜଣ ପ୍ରି ମ୍ୟାଚୁର୍ଡ ବେବିଙ୍କର ମୃତ୍ୟୁ ଘଟିଛି ଯେଉଁମାନଙ୍କର ଓଜନ  ମାତ୍ର ୧୩୦୦ ଗ୍ରାମ ଥିଲା ।

ଏହା ପରେ ଆଜି ଅର୍ଥାତ ୪ ଅକ୍ଟୋବରରେ ପୁଣି ସମାନ ଖବର ଆସିଛି ନାଗପୁରରୁ । ଯାହା ବି ମହାରାଷ୍ଟ୍ରର ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଏପରି ମୃତ୍ୟୁର ତାଣ୍ଡବ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି । ନାନ୍ଦେଡ ପରେ ଔରଙ୍ଗାବାଦରେ ଏବଂ ଏବେ ନାଗପୁରରେ ସମାନ ଘଟଣାର ପୁନରାବୃତ୍ତି  ସ୍ୱାସ୍ଥ୍ୟ ବିଭାଗର ଦକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି ।

Leave A Reply

Your email address will not be published.