Latest Odisha News

ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା

ବାଲେଶ୍ଵର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ସହର । ଲଘୁଚାପ ଜନିତ ଲଗାଣ ବର୍ଷା କରଣରୁ ବଢୁଛି ବୈତରଣୀ ନଦୀର ଜଳସ୍ତର । ସେପଟେ ବିପଦ ସଙ୍କେତ ଉପରେ ଜଳକା । ନଦୀର ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ ହେଉଛି ।

ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି । ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ନଦୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ୧୭.୯୧ ମିଟର ଉପରେ ବନ୍ୟାଜଳ  ପ୍ରବାହିତ ହେଉଛି । ବାଲେଶ୍ଵରରେ ବର୍ଷା ଲାଗି ରହିଥିବା ସହ ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବଢୁଛି ।

ଜଳକା ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ବର୍ଷା ହେବ । ଆଉ ବନ୍ୟା ହେଲେ ବସ୍ତା ଏବଂ ସଦର‌ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ‌ କ୍ଷତି ହେବାର ଆଶଙ୍କା କରାଯାଉଛି । ଅନ୍ୟପଟେ ଲଗାଣ ବର୍ଷା ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର ରେମୁଣା ରାସ୍ତାକୁ ସଂଯୋଗ କରୁଥିବା ନୂଆସାହି ବାଲିଆ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି। ଏନେଇ ଯାତାୟତ କରୁଥିବା କାର,ବସ ,ଅଟ ଚାଳକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ ଓ ଜଳ ନିଷ୍କାସନ ଠିକ ଭାବେ ନହେବାରୁ ବିଳମ୍ବରେ ପାଣି କମିଛି। ଏନେଇ ଅନେକ ଦୋକାନରେ ପାଣି ପଶିବା ଯୋଗୁଁ ଦୋକାନୀ ମାନେ ମଧ୍ୟ ହୋଇରାଣ ହୋଇଛନ୍ତି ।

Leave A Reply

Your email address will not be published.