Latest Odisha News

BREAKING NEWS

ନବୀନଙ୍କ ପରେ ଏବେ ହ୍ୟୁମାନଙ୍କ କଣ୍ଠରେ ମୋହନଙ୍କ ଗୁଣଗାନ….

ଭୁବନେଶ୍ବର: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’ ଗୀତଟିକୁ ବା କିଏ ନ ଶୁଣିଛି, ଆଜିକୁ ୫ ବର୍ଷ ତଳେ ବନିଥିବା ଏହି ଗୀତଟି ଏବେ ବି ଓଡିଶାବାସୀଙ୍କ ତୁଣ୍ଡରେ ରହିଛି । ଯେଉଁଥିରେ କଣ୍ଠଦାନ କରିଥିଲେ ଲୋକପ୍ରିୟ ଓଡିଆ ଗୀତିକାର ହ୍ୟୁମାନ୍ ସାଗର । ଯାହା ସେତେବେଳେ ବିଜେଡି କର୍ମୀ ଏବଂ ନବୀନଙ୍କ ରାଲିରେ ଗୁଞ୍ଜରୁ ଥିଲା । ହେଲେ ଏବେ ଆଉ ନବୀନ ଶାସନ ନାହିଁ । ରାଜ୍ୟରେ ୨୪ରେ ସମସ୍ତଙ୍କୁ ଚକିତ କରି କ୍ଷମତାକୁ ଆସିଛନ୍ତି ମୋହନ ସରକାର । ଆଉ ଏଥର ହ୍ୟୁମାନଙ୍କ ସ୍ବରରେ ସମାନ ଭାବେ ପ୍ରଶଂସିତ ହୋଇଛନ୍ତି ମୋହନ ସରକାର ।

ଓଡିଶା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏବଂ ବିଜେପିର ମହିମାକୁ ପ୍ରତିପାଦିତ କରି ପୁଣି ସୁନ୍ଦର ଗୀତଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର । ଯାହାର ନାଁ ହେଉଛି ‘ସିଏମ୍ ମୋହନ ଓଡିଆଙ୍କ ଦିଲ୍ ଧଡକନ୍’ । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ଯାହାର ଟ୍ୟାଗ୍ ଲାଇନ ରହିଛି ସିଏମ୍ ମୋହନ..ଆମ ସମ୍ମାନ..ଓଡିଶାର..ଓଡିଆଙ୍କ ଦିଲ୍ ଧଡକନ୍ । ଯେଉଁଥିରେ ମୋହନ ମାଝୀଙ୍କୁ ଓଡିଆଙ୍କ ହୃଦୟର ସ୍ପନ୍ଦନ ବୋଲି ବାଖ୍ୟା କରାଯାଇଛି ।

ଗୀତଟିର ଆରମ୍ଭରେ ହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଏମ୍ ନଂ ୧ ବୋଲି ଆଖ୍ୟା ଦିଆଯାଇଛି । ଯାହାର ଲିରିକ୍ସ ରହିଛି ‘ତମେ ଓଡିଶାର ମାନ୍, ତମେ ଓଡିଶାର ଶାନ୍, ତମେ ଓଡିଆଙ୍କ ଜାନ୍, ଜମେ ସିଏମ୍ ନଂ ୧’ । ଏଥିସହିତ ଏହି ଗୀତରେ ଏହା ବି ବାଖ୍ୟା କରାଯାଇଛି ଯେ, ମୋହନ ମାଝୀ ସରକାରଙ୍କ ସମୟରେ ଏବେ ରାଜ୍ୟରେ ସ୍ବଚ୍ଛତା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନର ଏକ ନୂତନ ଯୁଗ ଆରମ୍ଭ ହୋଇଯାଇଛି ।

ତେବେ ମା ସୁନା ଦେଇ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ଏହି ଗୀତଟିରେ ହ୍ୟୁମାନ ସାଗର କଣ୍ଠଦାନ କରିଥିବା ବେଳେ ମ୍ୟୁଜିକ୍ ଦେଇଛନ୍ତି ଭକ୍ତ ମହାରଣା । ଯାହାର ଲିରିକ୍ସ ଲେଖିଛନ୍ତି ସୋମନାଥ କରନ୍ । ଏଥିରେ ବିବେକାନନ୍ଦ ବାରିକ୍ ଏବଂ ପ୍ରଭାତୀ ବାରିକ୍ ପ୍ରଯୋଜନା ଦେଇଛନ୍ତି ।

Comments are closed.