Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ଶରଦ, ଫାରୁକ ପରେ ମନା କଲେ ଗୋପାଳକୃଷ୍ଣ

ନୂଆଦିଲ୍ଲୀ: ଜୁଲାଇରେ ଭାରତର ନୂତନ ରାଷ୍ଟ୍ରପତି ନିର୍ବାଚନ ହେବ । ତେବେ ଏ ନେଇ ସୋମବାର ବିରୋଧୀ ଦଳଗୁଡିକୁ ବଡ ଝଟକା ଲାଗିଛି । ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ମନା କରି ଦେଇଛନ୍ତି । ତାଙ୍କ ପୂର୍ବରୁ ଶରଦ ପାୱାର, ଏଚଡି ଦେବଗୌଡା ଓ ଫାରୁକ ଅବଦୁଲ୍ଲା ମନା କରି ଦେଇଥିଲେ । ମୋ ଠାରୁ ଭଲ ନେତାଙ୍କୁ ଆପଣମାନେ ରାଷ୍ଟ୍ରପତି ଭାବେ ଚୟନ କରନ୍ତୁ ବୋଲି ଗୋପାଳକୃଷ୍ଣ କହିଛନ୍ତି । ତେବେ ଏଥିନେଇ ମୋ ନାମ ଉଠାଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି ।

୨୦୧୭ରେ ଗୋପାଳକୃଷ୍ଣ ବିଜେପିର ଭେଙ୍କେୟା ନାୟୁଡୁଙ୍କ ବିପକ୍ଷରେ ଉପ ରାଷ୍ଟ୍ରପତି ପଦ ପାଇଁ ଲଢ଼ିଥିଲେ ମଧ୍ୟ ହାରି ଯାଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେତେକ ବିରୋଧୀ ଦଳକୁ ନେଇ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଂଟା ଭିଡିଥିଲେ । ତେବେ ମହାତ୍ମା ଗାନ୍ଧୀଙ୍କ ନାତି ମନା କରିଦେବା ପରେ ସେମାନେ କାହାକୁ ଏଥିପାଇଁ ଛିଡା କରିବେ ସେ ନେଇ ଚିନ୍ତାରେ ପଡି ଯାଇଛନ୍ତି ।

Leave A Reply

Your email address will not be published.