Latest Odisha News

BREAKING NEWS

ସଲମାନଙ୍କ କଭି ଇଦ କଭି ଦିୱାଲୀରେ ରାମଚରଣ !

ମୁମ୍ବାଇ: ଭି ଇଦ କଭି ଦିୱାଲୀକୁ ସୁପରହିଟ କରିବା ପାଇଁ ସଲମାନ ଖାଁ ଏବଂ ଏହାର ମେକର୍ସ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି । ପିଙ୍କ ଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସାଉଥ ସୁପରଷ୍ଟାର ରାମଚରଣ ଏହି ଫିଲ୍ମରେ ଏକ କାମିଓ ରୋଲ କରିବେ । ଏକ ଡ୍ୟାନ୍ସ ସଙ୍ଗରେ ସଲମାନ ଓ ରାମଚରଣଙ୍କୁ ଏକତ୍ର ଦେଖିବାକୁ ମିଳିବ । ଫରହାଦ ସାମଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ସଲମାନଙ୍କ ସହ ପୂଜା ହେଗଡେ ଅଛନ୍ତି । ଏମାନଙ୍କ ବ୍ୟତୀତ ଜସି ଗିଲ, ଶାହନାଜ ଗିଲ, ପଲକ ତିୱାରୀ, ରାଘବ ଜୁୟଲ ଓ ସିଦ୍ଧାର୍ଥ ନିଗମଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ସଲମାନଙ୍କ ଅନୁରୋଧ ଯୋଗୁ ରାମଚରଣ ଏହି କାମିଓ କରିବାକୁ ରାଜି ହୋଇଥିଲେ । ଆରଆରଆର ପରେ ରାମଚରଣ ଚାହିଦା । ଆହୁରି ବଢ଼ିଯାଇଛି । ସଲମାନଙ୍କ ସହ ରାମଚରଣଙ୍କ ଡ୍ୟାନ୍ସ ନିଶ୍ଚିତ ଭାବେ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.