Latest Odisha News

BREAKING NEWS

ପହଲଗାମ ଆକ୍ରମଣର ମୃତକ ପ୍ରଶାନ୍ତଙ୍କ ନାଁରେ ଚାଲିଛି ମିଛ ଅନୁକମ୍ପା ଆଦାୟ

ବାଲେଶ୍ବର:ପହଲଗାମ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା । ତାଙ୍କ ନାଁରେ ସୋସିଆଲ ମିଡିଆରେ ଟଙ୍କା ମଗାଯାଉଛି। ଏହାକୁ ନାପସନ୍ଦ କରିଛନ୍ତି ପ୍ରଶାନ୍ତଙ୍କ ପରିବାର। ବିନା ପ୍ରଶାନ୍ତଙ୍କ ପରିବାରଙ୍କ ଅନୁମତିରେ ତାଙ୍କ ନାମରେ ଟଙ୍କା ଆଦାୟ ନେଇ ଅଭିଯୋଗ ଆଣିଛନ୍ତି ମୃତ ପ୍ରଶାନ୍ତଙ୍କ ପରିବାର । ଏନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଛି । ଟଙ୍କା ନ ଦେବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି।

ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରଶାନ୍ତଙ୍କ ପରିବାର ଟଙ୍କା ଆଦାୟ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ନାପସନ୍ଦ କରିବା ସହ ସେମାନେ ଏପରି କରିବାକୁ କାହାକୁ ଅନୁମତି ଦେଇନଥିବା କହିଛନ୍ତି । ଏହା ସହ କୌଣସି ସୋସିଆଲ ମିଡିଆରେ ଯଦି ଏପରି ଟଙ୍କା ଆଦାୟ କରାଯାଉଛି, ତେବେ ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତୁ ବୋଲି ପରିବାର ପକ୍ଷରୁ ନିବେଦନ କରିଛନ୍ତି ।

ପ୍ରଶାନ୍ତଙ୍କ ପତ୍ନୀ କହିଛନ୍ତି ଯେ, ସ୍ୱାମୀଙ୍କ ପାଇଁ ଟଙ୍କା ଦରକାର ନୁହେଁ, ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରନ୍ତୁ। ମୋ ସ୍ୱାମୀ ଏବେ ଜାତୀୟ ହିରୋ । ମୋ ପରି ଆଉ କେହି ଅସୁବିଧାରେ ନ ପଡ଼ନ୍ତୁ, ସେନେଇ ସରକାର ଠୋସ ପଦକ୍ଷେପ ନିଅନ୍ତୁ ।

 

 

 

 

Comments are closed.