Latest Odisha News

BREAKING NEWS

ଏଲ୍‌ଭିଶଙ୍କୁ ଉଠାଇ ନେଲା ପୋଲିସ, ପଚରାଉଚରା ପରେ ଛାଡ଼ିଲା

ଜୟପୁର: ୟୁଟ୍ୟୁବର ତଥା ବିଗ୍‌ବସ୍ ସିଜନ-୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ଉଠାଇ ନେଇଛି । ଦୀର୍ଘ ସମୟ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ିଦେଇଛି । ଗାଡ଼ି ଯାଞ୍ଚ ବେଳେ ଏଲ୍‌ଭିଶଙ୍କୁ ପଚରାଉଚରା କରାଯାଇଥିଲା । ପରେ ତାଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ, ନୋଏଡାଠାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହା ପରେ ନୋଏଡା ପୋଲିସକୁ ଖବର ଦିଅଯାଇଥିଲା । ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସେ ବିଷୟରେ ଅଧିକ କିଛି କହିବାକୁ ପୋଲିସ ମନା କରିଛି ।

ସୂଚନାଯୋଗ୍ୟ, ୟୁଟ୍ୟୁବରଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଉଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏଲଭିଶ୍ ବିଗ୍‌ବସରେ ପ୍ରତିଯୋଗୀ ସାଜିଥିଲେ । ପରେ ବିଜୟୀ ବି ହୋଇଥିଲେ । ସେ କିଛି ଧାରାବାହିକରେ ବି ଅଭିନୟ କରିଛନ୍ତି । କିନ୍ତୁ ସେ ଜଣେ ୟୁଟ୍ୟୁବର ଭାବେ ବେଶ୍ ଜଣାଶୁଣା ।

Leave A Reply

Your email address will not be published.