Latest Odisha News

BREAKING NEWS

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ୨ ଯୁବକ ଗିରଫ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି। ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି। ସେହିପରି ଦିନକ ପରେ ଶବାଦ୍ ଖାନ୍ (୧୯) ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମୁମ୍ବାଇର ଗାମଦେବୀ ଅଞ୍ଚଳରୁ ଗିରଫ କରାଯାଇଛି।

ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ ଇ-ମେଲ ପଠାଇ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଉଥିଲା। ତିନି ଦିନରେ ତିନି ଥର ସମାନ ଆକାଉଣ୍ଟରୁ ମେଲ ପଠାଇଥିଲେ। ପ୍ରଥମେ ୨୦ କୋଟି ଏବଂ ପରେ ତା’ପରେ ୨୦୦ କୋଟି ଆଉ ପରେ ୪୦୦ କୋଟି ଟଙ୍କା ମାଗୁଥିଲା। ଅଭିଯୁକ୍ତ ଜଣକ ଏପରି ୫ଟି ଇ-ମେଲ ପଠାଇଥିଲା। ଇ-ମେଲ ପଠାଇବା ପାଇଁ ବିପିଏନ ନେଟୱର୍କ ବେଲଜିୟମ ବ୍ୟବହାର କରୁଥିଲେ ବୋଲି ଜଣାପଡିଛି।

ସୂଚନା ଅନୁସାରେ ମୁକେଶ ଅମ୍ବାନୀଙ୍କ କମ୍ପାନୀର ଅଫିସିଆଲ ଇମେଲ ଆଇଡିକୁ ୨୭ ଅକ୍ଟୋବରରେ ପ୍ରଥମ ଧମକ ମିଳିଥିଲା। ପ୍ରଥମ ଥର ୨୦ କୋଟି ଦାବି କରି ହତ୍ୟା କରିବାକୁ ଧମକ ଦେଇଥିଲା। ଏହାପରେ ୨୮ ଅକ୍ଟୋବରରେ ପୁଣି ହତ୍ୟା ଧମକ ଦିଆଯାଇ ୨୦୦ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ। ଏହାପରେ ପୁଣି ୩୦ ତାରିଖରେ ଆଉ ଏକ ମେଲ୍‌ କରି ୪୦୦ କୋଟି ମାଗିଥିଲା। ଏହି ମାମଲାର ପୋଲିସ ଯାଞ୍ଚ କରି ଉକ୍ତ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.