ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଧିନାୟକ ଶୁଭମନ ଗିଲ ସ୍ମରଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ୧୬୧ ରନ କରିଥିଲେ । ସେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ୨୫୪ ରନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କୋହଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗିଲଙ୍କୁ ପ୍ରଶଂସା କରି ପୋଷ୍ଟ ଶେୟାର କରିଛନ୍ତି । ସେ ତାଙ୍କୁ ଷ୍ଟାର ବୟ ନାମ ମଧ୍ୟ ଦେଇଛନ୍ତି । ନିକଟରେ କୋହଲି ଆନ୍ତର୍ଜାତୀୟ ଟେଷ୍ଟରୁ ଅବସର ଘୋଷଣା କରିଥିଲେ । ତୁମେ ବହୁତ ଭଲ ଖେଳିଲ ଷ୍ଟାର ବୟ । ତୁମେ ଇତିହାସ ରଚିଛ । ଆଗକୁ ବଢ଼ି ଚାଲ । ତୁମେ ଏହାର ଯୋଗ୍ୟ ବୋଲି କୋହଲି ଲେଖିଛନ୍ତି ।
ଗିଲଙ୍କ ଐତିହାସିକ ଇନିଂସ ସହାୟତାରେ ଭାରତ ପ୍ରଥମ ଥର ଗୋଟିଏ ଟେଷ୍ଟରେ ୧୦୦୦ ରନ ସଂଗ୍ରହ କରିଛି । ଏହା ପୂର୍ବରୁ ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ୯୧୬ ରନ କରିଥିଲା । ଗିଲ ଅଳ୍ପକେ ଇଂଲଣ୍ଡର ଗ୍ରାହାମ ଗୁଚଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଗୁଚ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ୩୩୩ ଓ ୧୨୩ ରନର ଇନିଂସ ଖେଳିଥିଲେ । ସେ ୪୫୬ ରନ କରିଥିଲେ । ଗିଲ ୪୩୦ ରନ କରିବାକୁ ସକ୍ଷମ ହୋଇଥିଲେ । ଷ୍ଟାର ବୟ ୨୬୯ ଓ ୧୬୧ ରନ କରିଥିଲେ ।
Comments are closed.