ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ଦଶଟି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସୂଚନା ଅନୁଯାୟୀ ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ପୁରୀ ଏବଂ ସୁନ୍ଦରଗଡ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଇଏମଡି।
ତେବେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି।
ଉଲ୍ଳେଖଯୋଗ୍ୟ, ରାଜ୍ୟରେ ଏବେ ଜାରି ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ଷା । କିଛି ସ୍ଥନରେ ପ୍ରବଳ ବର୍ଷା ଅନୁଭୂତ ହେୁଥିବା ବେଳେ ଆଉ କିଛି ସ୍ଥାନରେ ମେଘ ଢାଙ୍କି ରହିଛି । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭୀଷଣ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନରେ ବେଗ ଘଣ୍ଟାପ୍ରତି ରହିପାରେ ୩୦-୪୦ କିଲୋମିଟର ରହିବ।
Comments are closed.