Latest Odisha News

BREAKING NEWS

ପୁରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ ପାଳନ ଉପରେ ଲାଗିଲା କଟକଣା

ପୁରୀ: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ଫଳାଫଳା । ଆଉ ହାତୀ କାହା ମୁଣ୍ଡରେ କଳସ ଢାଳିବ, କିଏ ଗଢିବ ସରକାର ତାହା କାଲି ସ୍ପଷ୍ଟ ହୋଇଯିବ । ତେବେ ଫଳାଫଳ ଆସିବା ପରେ ବିଭିନ୍ନ ଦଳ ବିଜୟ ଉତ୍ସବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି । ଯାହାକୁ ନେଇ ପୁରୀରେ ବିଜୟ ଉତ୍ସବ ପାଳନ ପାଇଁ କଟକଣା ଲଗାଯାଇଛି ।

ପୁରୀ ସହରରେ କୌଣସି ପ୍ରକାର ଡିଜେ ବଜାଇବା ଓ ବାଣ ଫୁଟାଇବା ନେଇ ବାରଣ କରାଯାଇଛି । ସେହିପରି କୌଣସି ପ୍ରକାର ପ୍ରୋସେସନ ବା ଶୋଭାଯାତ୍ରା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ । ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି ।

ଖାଲି ସେତିକି ନୁହଁ ଯଦି କେହି ଏହି ନିୟମ ଭଙ୍ଗ କରନ୍ତି ତେବେ ଅମାନିଆଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.