Latest Odisha News

ରହସ୍ୟମୟ ରାବଣ, ଏବେବି ଗୁମ୍ଫାରେ ରହିଛି ରାବଣର ମୃତ ଶରୀର !

ଭୁବନେଶ୍ୱର: ପବିତ୍ର ରାମାୟଣ ଗ୍ରନ୍ଥ ହେଉଛି ହିନ୍ଦୁ ଧର୍ମର ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତାଦେବୀ, ଭାଇ ଲକ୍ଷ୍ମଣ ଏବଂ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ବ୍ୟତୀତ ମହାପ୍ରତାପୀ ଲଙ୍କାପତି ରାବଣଙ୍କ କଥା ବର୍ଣ୍ଣିତ ରହିଛି । ଏବେ ମଧ୍ୟ ପ୍ରତିବର୍ଷ ଦଶହରାରେ ଭାରତରେ ରାବଣର ମୃତ୍ୟୁକୁ ସ୍ମରଣ କରି ତଥା ଶ୍ରୀରାମଙ୍କ ବୀଜୟ ପର୍ବକୁ ରାମଲୀଳା ଏବଂ ରାବଣପୋଡ଼ି ଉତ୍ସବ ଆୟୋଜନ କରି ପାଳନ କରାଯାଇଥାଏ ।

କିନ୍ତୁ ଏବେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ, ତାହାହେଲା ରାବଣର ମୃତ ଶରୀର ଏବେ ମଧ୍ୟ ଶ୍ରୀଲଙ୍କାର ଏକ ଗୁମ୍ଫା ମଧ୍ୟରେ ରହିଛି । ରାବଣର ମୃତ ଶରୀର ଏବେ ମଧ୍ୟ ସତେଜ ରହିଛି ।

ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ରାବଣଙ୍କୁ ଜଣେ ଶ୍ରେଷ୍ଠ ତଥା ଜଣେ ପାଣ୍ଡିତ୍ୟ ଅର୍ଜନ କରିଥିବା ବିଚକ୍ଷଣ ବ୍ରାହ୍ମଣ ଭାବେ ଉଲ୍ଲେଖ କରିଛନ୍ତି । ରାବଣ ଜଣେ ଦୁରାଚାରୀ ଶାସକ ହୋଇଥିଲେ ମଧ୍ୟ ଉଚ୍ଚକୋଟୀର ବ୍ରାହ୍ମଣ ଭାବେ ପୁରାଣରେ ବର୍ଣ୍ଣିତ ରହିଛି । ମହାନ ଶିବଭକ୍ତ ରାବଣର ମୃତ ଶରୀରକୁ ନେଇ ଆଜି ମଧ୍ୟ ରହସ୍ୟମୟ ।

ରାମାୟଣର ଜଣେ ପ୍ରମୁଖ ଚରିତ୍ର ଥିଲେ ରାବଣ । ଯାହାଙ୍କୁ ରାମାୟଣ ରଚୟିତା ୠଷି ବାଲ୍ମିକି ଲଙ୍କାପତି ଭାବେ ବର୍ଣ୍ଣନା କରିଛନ୍ତି । ଅର୍ଥାତ ପ୍ରବଳପ୍ରତାପୀ ରାବଣ ଥିଲେ ଲଙ୍କା ନାମକ ରାଜ୍ୟର ଶାସକ । ଅନେକ ବିଶ୍ୱାସ କରନ୍ତି ଏହି ପୁରାଣ ବର୍ଣ୍ଣିତ ଲଙ୍କା ରାଜ୍ୟ ହେଉଛି ଭାରତର ପଡ଼ୋଶୀ ରାଜ୍ୟ ଶ୍ରୀଲଙ୍କା । ଏହି ବିଶ୍ୱାସକୁ ନେଇ ଅନେକ ମତ ରହିଛି । କେହିକେହି ଏହାର ସତ୍ୟତା ଖୋଜୁଥିବା ବେଳେ ଲୋକ ବିଶ୍ୱାସରେ କିନ୍ତୁ ରାବଣ ଥିଲେ ବର୍ତ୍ତମାନର ଶ୍ରୀଲଙ୍କାର ରାଜା । ଏପରିକି ଶ୍ରୀଲଙ୍କାରେ ରାମାୟଣରେ ବର୍ଣ୍ଣିତ ଲଙ୍କା ରାଜ୍ୟର ବିଭିନ୍ନ ପ୍ରମାଣ ମିଳିଥିବା ଲୋକବିଶ୍ୱାସ ରହିଛି ଯେମିତି କି ପ୍ରବଳ ପ୍ରତାପୀ ରାଜା ରାବଣଙ୍କର ଏକ ସୁନ୍ଦର ରାଜ ପ୍ରାସାଦ ରହିଥିଲା । ରାମାୟଣର ବର୍ଣ୍ଣନା ଅନୁସାରେ ମହାବୀର ହନୁମାନ ମାତା ସୀତାଙ୍କୁ ଠାବ କରିବା ପାଇଁ ଭାରତ ମହାସ।ଗରରେ ପ୍ରାୟ ଶହେ ଯୋଜନ ଗଲା ପରେ ରାବଣର ଲଙ୍କାପୁରୀରେ ପହଁଚିଥିଲେ ଅାଉ ସେ ଲଙ୍କାପୁରୀର ପ୍ରକାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଥିଲେ ।

ଅନେକ କହନ୍ତି, ରାବଣର ନିକଟତମ ବ୍ୟକ୍ତିମାନେ ଗୁପ୍ତରେ ରାବଣର ଶରୀରକୁ ଏକ କୁମ୍ଫା ମଧ୍ୟରେ କିଛି ଦ୍ରବ୍ୟ ଦ୍ୱାରା ଲେପନ କରି ଲୁଚାଇ ରଖିଛନ୍ତି । ରାବଣର ମୃତ ଶରୀର ଏବେ ମଧ୍ୟ ଏକ ଗୁମ୍ପାରେ ଥିବା କଥା ଶ୍ରୀଲଙ୍କାର ଏକ ଜଙ୍ଗଲ ଅଧିବାସୀ କହିଥାଆନ୍ତି । ଏଠାକାର ବାସିନ୍ଦାମାନେ ଏହିକଥାକୁ ବିଶ୍ୱାସ କରିଥାଆନ୍ତି । ପୁରାଣର ବର୍ଣ୍ଣନା ଅନୁସାରେ ରାବଣଙ୍କ ରାଜଧାନୀ ଏଖ ପର୍ବତ ମାଳା ଉପରେ ରହିଥିଲା । ଅାଉ ଅାଜିବି ଅାପଣ ଶ୍ରୀଲଙ୍କା ଗଲେ ଅନେକ ସ୍ଥାନକୁ ନେଇ ଏହି ରାଜପ୍ରାସାଦର ରୂପ ବୋଲି କୁହାଯାଏ । ପୁରାଣ ବର୍ଣ୍ଣନା ଅନୁସାରେ ରାବଣର ରାଜଧାନୀ ତ୍ରିକୁଟ ପର୍ବତରେ ରହିଥିଲା ଅାଉ ବିଶ୍ୱାସଅନୁସାରେ ଏହା ବର୍ତ୍ତମାନର ଶ୍ରୀଲଙ୍କାରେ ଥିବା ଶ୍ରୀପାଦ ପର୍ବତ ମାଳା । ଅାଉ ଏହି ଠାରେ ହିଁ ସ୍ୱର୍ଣ୍ଣଲଙ୍କା ସ୍ଥାପନ କରିଥିଲା ରାବଣ । ଯାହାକୁ ହନୁମାନ ଦେଖି ଅଭିଭୂତ ହୋଇଥିଲେ । ଅବଶ୍ୟଏହି ତଥ୍ୟକୁ କେହିକେହି ବିଶ୍ୱାସ ମଧ୍ୟ କରି ପାରିନଥାନ୍ତି । ତେବେ ଅାଉ କେତକ ଗବେଷକ ମାନଙ୍କ ମତରେ ରାବଣର ଲଙ୍କାପୁରୀ ଅାଜିର ମାଲଡିଭ୍‌ସ ଅାଉ ସେତେବେଳେ ମଲଡିଭସ୍‌ ସମୁଦ୍ରପତ୍ତନ ଠ।ରୁ ଖୁବ ଉଚ୍ଚରେ ରହିଥିଲା ସମୟକ୍ରମେ ଏହା ବର୍ତ୍ତମାନ ସ୍ଥିତିକୁ ଅାସିଛି । ତେବେ ଏ ସବୁ ଭିତରେ ପୁରାଣ ବର୍ଣ୍ଣିତ ରାବଣଙ୍କ ଲଙ୍କାପୁରୀକୁ ନେଇ ଏବେବି ରହସ୍ୟ ରହିଛି ।

ରାବଣର ମୃତ ଶରୀର ଏବେ ମଧ୍ୟ ଏକ ଗୁମ୍ପାରେ ଥିବା କଥା ଶ୍ରୀଲଙ୍କାର ଏକ ଜଙ୍ଗଲ ଅଧିବାସୀ କହିଥାଆନ୍ତି ।ବିଶ୍ୱାସ ନ ହେଲେ ବି ଏ କଥା ଖୋଦ୍‌ କହିଥିଲେ ଶ୍ରୀଲଙ୍କାର ପ୍ରତ୍ନତତ୍ତ୍ୱ ବିଭାଗ । ଯାହାକୁ ନେଇ ସେ ସମୟରେ ଖୁବ ଚର୍ଚ୍ଚା ହୋଇଥିଲା । ସତରେ କଣ ରାବଣଙ୍କ ଶବ ଏବେବି ଶ୍ରୀଲଙ୍କାରେ ରହିଛି ? ତାହା ହେଲେ ପୁରାଣ ବର୍ଣ୍ଣିତ ରାବଣଙ୍କ ରାଜ୍ୟ ଲଙ୍କା କଣ ଅାଜିର ଶ୍ରୀଲଙ୍କା ଦେଶ । ଏମିତି ଅନେକ ପ୍ରଶ୍ନ ଗବେଷକ ମାନଙ୍କୁ ଘାରିଥିବ ନିଶ୍ଚୟ । ରାବଣର ମୃତ ଶରୀର ଏବେ ମଧ୍ୟ ଏକ ଗୁମ୍ପାରେ ଥିବା କଥା ଶ୍ରୀଲଙ୍କାର ଏକ ଜଙ୍ଗଲ ଅଧିବାସୀ କହିଥାଆନ୍ତି । ଏଠାକାର ବାସିନ୍ଦାମାନେ ଏହିକଥାକୁ ବିଶ୍ୱାସ କରିଥାଆନ୍ତି । କାରଣ ପୁରାଣ ବର୍ଣ୍ଣିତ ଲଙ୍କା ରାଜ୍ୟ କେଉଁ ସ୍ଥାନରେ ଥିଲା ତାହା ଏବେବି କହିହେବ ନାହିଁ । କାରଣ ଏହାର କୌଣସି ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ଶ୍ରୀଲଙ୍କାର ନରୋଲିୟା ପର୍ବତାବଳୀରେ ଥିବା ଜଙ୍ଗଲ ଭିତରୁ ଏକ ଗୁମ୍ଫାରେ ଲଙ୍କାପତି ରାବଣଙ୍କର ଶବ ମାଟିତଳୁ ମିଳିଥିବା କଥା ପ୍ରତ୍ନତତ୍ତ୍ୱବିଦ୍‌ ମାନେ ଦାବୀ କରିଥିଲେ । ଅାଉ ଏହା ସହ ଅନେକ ଧନ ସଂପତ୍ତି ମଧ୍ୟ ସେମାନେ ପାଇଥିବା କଥା ସୂଚନା ଅାସିଥିଲା । ସବୁଠାରୁ ବଡ଼ କଥା ହେଲା ରାବଣଙ୍କ ଶବ ଏକ ପଥର ନିର୍ମିତ ବାକ୍ସ ମଧ୍ୟରେ ରଖାଯାଇ ମାଟିତଳେ ପୋତା ଯାଇଥିବା କଥା ସୂଚନା ମିଳିଥିଲା । ତେବେ ଏ କଥାକୁ ମଧ୍ୟ ଅନେକ ଗ୍ରହଣ କରି ପାରି ନଥିଲେ ।

କାରଣ ଲଙ୍କାପତି ରାବଣ ଥିଲେ ପରମ ଶିବ ଭକ୍ତ । ଅାଉ ରାମାୟଣର ବର୍ଣ୍ଣନା ଅନୁସାରେ ରାବଣଙ୍କୁ ବଦ୍ଧ କରି ସାରିବା ପରେ ପ୍ରଭୁ ରାମ ଚନ୍ଦ୍ର ରାବଣଙ୍କ ଭାଇ ବିଭୀଷଣଙ୍କୁ ଲଙ୍କାର ଶାସନ ଭାର ଅର୍ପଣ କରିଥିଲେ ଅାଉ ଲଙ୍କାପତି ରାବଣଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ରୀତି ନୀତି ଅନୁଯାୟୀ କରିବା ପାଇଁ ବିଭୀଷଣଙ୍କୁ କହିଥିଲେ ଅାଉ ହିନ୍ଦୁ ରୀତିନୀତି ଅନୁସାରେ ରାବଣଙ୍କର ମୃତଶରୀରକୁ ଦାହ କରାଯାଇଥିଲା । ଅାଉ ୠଷି ବାଲ୍ମିକି ମଧ୍ୟ ରାବଣଙ୍କର ଅନ୍ତିମ ସଂସ୍କାରର ବିସ୍ତିର୍ଣ୍ଣ ବର୍ଣ୍ଣନା କରିଛନ୍ତି ।  ରାମାୟଣରେ ଏ ବିଷୟରେ ବର୍ଣ୍ଣନା ରହିଛି ତେବେ ରାବଣଙ୍କ ଶବ ନରୋଲିୟା ପର୍ବତ ମାଳା ଜଙ୍ଗଲରୁ ମିଳିଲା କେମିତି ?  ରାବଣଙ୍କୁ ଦାହ କରାଯାଇଥିଲା ତେବେ ମାଟିତଳୁ ଶବ ମିଳିଲା କେମିତି ? ଏ ସମସ୍ତ ପ୍ରଶ୍ନ ନିହାତି ମନଭିତରେ କେବଳ ରହସ୍ୟ ହିଁ ସୃଷ୍ଟି କରୁଛି । ଏ ଘଟଣାକୁ ନେଇ ମଧ୍ୟ ଅନେକ ମତ ଦେଖିବାକୁ ମିଳିଥାଏ ।  କିଛିଦିନ ତଳେ ମିଳିଥିବା ଶବ ପ୍ରାୟ ୧୦ହଜାର ବର୍ଷତଳର ବୋଲି ମଧ୍ୟ କେହି କେହି ଦାବୀ କରିଥିଲେ ।

ରାମାୟଣରେ ବର୍ଣ୍ଣିତ ହୋଇଛି ରାବଣର ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ପରେ ବିଭିଷଣ ପୋଡ଼ିଦେଇଥିଲେ, କିଛି କହନ୍ତି ବିଭିଷଣ ଛାଡ଼ି ଚାଲିଯାଇଥିଲେ । ଅନେକ କହନ୍ତି, ରାବଣର ନିକଟତମ ବ୍ୟକ୍ତିମାନେ ଗୁପ୍ତରେ ରାବଣର ଶରୀରକୁ ଏକ କୁମ୍ଫା ମଧ୍ୟରେ କିଛି ଦ୍ରବ୍ୟ ଦ୍ୱାରା ଲେପନ କରି ଲୁଚାଇ ରଖିଛନ୍ତି । ଅାଉ ସେହି ଶବକୁ ମାଟିତଳୁ ଉଦ୍ଧାର କରାଯାଇଛି । ହେଲେ ଏ ସମସ୍ତ କଥା ସର୍ବଜନ ଗୃହୀତ ହୋଇପାରୁ ନାହିଁ । ରହିଯାଇଛି ଲଙ୍କାପତିଙ୍କୁ ନେଇ କେବଳ ରହସ୍ୟ । ଅାଉ ମନଭିତରେ ଛାଡ଼ି ଯାଇଛି ଅନେକ ପ୍ରଶ୍ନ । ରାମାୟଣରେ ବର୍ଣ୍ଣିତ ଲଙ୍କାପତି ରାବଣ ମାତା ସତୀ ସୀତାକୁ କରିଥିଲେ ଅପହରଣ । ସେହି ଦୃଷ୍ଟିରୁ ହିନ୍ଦୁ ଶାସ୍ତ୍ର ଅନୁସାରେ ସେ କରିଥିଲେ ଦୋଷ । ତେଣୁ ରବଣଙ୍କୁ ସାଧାରଣରେ ପୂଜା କରାଯାଉନଥିଲେ ମଧ୍ୟ କେବଳ ହିନ୍ଦୁ ରୀତିର ବିବାହ ବେଳେ ରାବଣ ଓ ମନେ୍ଦଦରୀଙ୍କ ଅତୁଟ ସଂପର୍କର ସୂଚନା ଦିଅାଯାଏ ।

ନହେଲେ ସେମିତି ଦୃଷ୍ଟାନ୍ତ ଦେଖିବାକୁ ମିଳି ନଥାଏ । କାରଣ ହିନ୍ଦୁ ଧର୍ମବିଶ୍ୱାସୀ ମାନଙ୍କ ପାଇଁ ପ୍ରଭି ରାମଚନ୍ଦ୍ର ହେଉଛନ୍ତି ବିଷ୍ଣୁଙ୍କର ଅବତାରୀ ପୁରୁଷ । ଅାଉ ତାଙ୍କୁ ମର୍ଯ୍ୟାଦା ପୁରୋଷତ୍ତମ ରାମଚନ୍ଦ୍ର ବୋଲି କୁହାଯାଏ ।

ଏବେ ମଧ୍ୟ ପ୍ରତିବର୍ଷ ଦଶହରାରେ ଭାରତରେ ରାବଣର ମୃତ୍ୟୁକୁ ସ୍ମରଣ କରି ତଥା ଶ୍ରୀରାମଙ୍କ ବୀଜୟ ପର୍ବକୁ ରାମଲୀଳା ଏବଂ ରାବଣପୋଡ଼ି ଉତ୍ସବ ଆୟୋଜନ କରି ପାଳନ କରାଯାଇଥାଏ । କିନ୍ତୁ ଏବେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ, ତାହାହେଲା ରାବଣର ମୃତ ଶରୀର ଏବେ ମଧ୍ୟ ଶ୍ରୀଲଙ୍କାର ଏକ ଗୁମ୍ଫା ମଧ୍ୟରେ ରହିଛି । ରାବଣର ମୃତ ଶରୀର ଏବେ ମଧ୍ୟ ସତେଜ ରହିଛି । ରାମଚନ୍ଦ୍ରଙ୍କର ପତ୍ନୀ ଥିଲେ ସତୀ ମାତା ସୀତା । ସେ ମଧ୍ୟ ଦେବୀ ଭାବରେ ହିନ୍ଦୁ ଧର୍ମରେ ପୂଜିତ ।

ଭାରତର ଅନେକ ସ୍ଥାନରେ ସୀତା ରାମଙ୍କର ପୂଜା କରାଯାଏ ।କିନ୍ତୁ ଭାରତରେ ଏମିତି ବି ସ୍ଥାନ ରହିଛି ଅାପଣ ଜାଣିଲେ ଅାଶ୍ଚର୍ଯ୍ୟ ହେବେ ଉଁଠାରେ ରାବଣଙ୍କୁ ପୂଜା କରାଯାଏ । ଭାବିଲେ କେତେ ରହସ୍ୟମୟ ଏ ଘଟଣା ।ସୂଚନା ଅନୁସାରେ ଭାରତରେ ପ୍ରାୟ ୬ଗୋଟି ସ୍ଥାନରେ ରାବଣଙ୍କୁ ପୂଜା କରାଯାଏ । ଦିଲ୍ଲୀ ବିଶରାଖ, ଦଶାନନ ରାବଣ ମନ୍ଦିର କାନପୁର,ରାଜସ୍ତାନ ଯୋଧପୁରର ରାବଣ ମନ୍ଦିର, ମଧ୍ୟପ୍ରଦେଶର ରାବଣଗ୍ରାମର ରାବଣର, ଅାନ୍ଧ୍ରପ୍ରଦେଶ କାକିନାଡ଼ାର ରାବଣ ମନ୍ଦିର । ତେବେ ଏଠାରେ ରାବଣଙ୍କୁ ପୂଜା କରିବାର ରହସ୍ୟମୟ ଧାରାରେ ଅନେକ କାହାଣୀ କିମ୍ବଦନ୍ତୀ ଯୋଡ଼ି ହୋଇ ରହିଛି । ଯେମିତି କି ଦିଲ୍ଲୀ ନିକଟ ବିଶରାଖ ରାବଣ ମନ୍ଦିର । ବିଶ୍ୱାସ ଅନୁସାରେ ଏହି ସ୍ଥାନ ହେଉଛି ରାବଣଙ୍କର ଜନ୍ମ ସ୍ଥାନ ।

ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତାଦେବୀ, ଭାଇ ଲକ୍ଷ୍ମଣ ଏବଂ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ବ୍ୟତୀତ ମହାପ୍ରତାପୀ ଲଙ୍କାପତି ରାବଣଙ୍କ କଥା ବର୍ଣ୍ଣିତ ରହିଛି । ଏବେ ମଧ୍ୟ ପ୍ରତିବର୍ଷ ଦଶହରାରେ ଭାରତରେ ରାବଣର ମୃତ୍ୟୁକୁ ସ୍ମରଣ କରି ତଥା ଶ୍ରୀରାମଙ୍କ ବୀଜୟ ପର୍ବକୁ ରାମଲୀଳା ଏବଂ ରାବଣପୋଡ଼ି ଉତ୍ସବ ଆୟୋଜନ କରି ପାଳନ କରାଯାଇଥାଏ । କିନ୍ତୁ ଏବେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ, ତାହାହେଲା ରାବଣର ମୃତ ଶରୀର ଏବେ ମଧ୍ୟ ଶ୍ରୀଲଙ୍କାର ଏକ ଗୁମ୍ଫା ମଧ୍ୟରେ ରହିଛି ।ସବୁଠାରୁ ରହସ୍ୟମୟ କଥା ହେଲା ଏହି ଗାଁର ଲୋକ ମାନେ ଦଶହରା ଦିନ ଶୋକ ପାଳନ କରିଥାନ୍ତି । ଅାଉ ପ୍ରତ୍ୟକ ଶୁକ୍ରବାର ଦିନ ସେମାନେ ଏହି ମନ୍ଦିରରେ ଏକାଠି ହୋଇ ରାବଣଙ୍କୁ ଉପସାନା କରିଥାନ୍ତି ।ଭାବନ୍ତୁ କେତେ ରହସ୍ୟମୟ ଏ ଲୋକ ବିଶ୍ୱାସ । ଅାଉ ଏହି ଗଁ।ରେ କେବେହେଲେ ରାମଲୀଳା, ରାବଣପୋଡ଼ି ଉତ୍ସବ କରାଯାଏ ନାହିଁ । ଏହି ମନ୍ଦିରରେ ଏକ ବିଶାଳକାୟ ଶିବ ଲିଙ୍ଗ ମଧ୍ୟ ନିର୍ମାଣ କରିବା କାର୍ଯ୍ୟ ଚାଲିଛି ।କାରଣ ଏହି  ଗଁ।ରେ ଲୋକ ମାନଙ୍କ ମତରେ ରାବଣ ଥିଲେ ଜଣେ ନୈଷ୍ଠିକ ବ୍ରାହ୍ମଣ ଓ ଶିବ ଭକ୍ତ ।

ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତାଦେବୀ, ଭାଇ ଲକ୍ଷ୍ମଣ ଏବଂ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ବ୍ୟତୀତ ମହାପ୍ରତାପୀ ଲଙ୍କାପତି ରାବଣଙ୍କ କଥା ବର୍ଣ୍ଣିତ ରହିଛି । ଏବେ ମଧ୍ୟ ପ୍ରତିବର୍ଷ ଦଶହରାରେ ଭାରତରେ ରାବଣର ମୃତ୍ୟୁକୁ ସ୍ମରଣ କରି ତଥା ଶ୍ରୀରାମଙ୍କ ବୀଜୟ ପର୍ବକୁ ରାମଲୀଳା ଏବଂ ରାବଣପୋଡ଼ି ଉତ୍ସବ ଆୟୋଜନ କରି ପାଳନ କରାଯାଇଥାଏ । ସେହିପରି ଉତ୍ତରପେ୍ରଦେଶର କାନପୁରରେ ରହିଛି ଦଶାନନ ମନ୍ଦିର ଅାଉ ବିଶ୍ୱାସ ଅନୁସାରେ ରାବଣ ଜଣେ ପ୍ରଜାବତ୍ସଳ ରାଜା ଥିଲେ ଅାଉ ଶିବ ଭକ୍ତ ମଧ୍ୟ ।ତେଣୁ ତାଙ୍କୁ ଉପାସନ କରାଯାଏ । ଏହି ମନ୍ଦିରର ଅାଉ ଏକ ରହସ୍ୟ ହେଉଛି ଏହି ମନ୍ଦିର କାନପୁର ସହରର ଶିବାଲା ଅଞ୍ଚଳର ଏକ ଶିବ ମନ୍ଦିରର ପାଖରେ ରହିଛି ଅାଉ ଏହି ରାବଣ ମନ୍ଦିରକୁ ବର୍ଷକୁ ଥରେ ମାତ୍ର ଖୋଲାଯାଏ ଅାଉ ତାହା ହେଲା ଦଶହରା ଦିନ ।ଅାଉ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ତାଙ୍କୁ ସେହିଦିନ ଉପାସନା କରିଥାନ୍ତି । ଅାଉ ବିଶ୍ୱାସ ଅନିସାରେ ରାବଣ ହେଉଛନ୍ତି ଦ୍ରାବିଡ଼ ଗୌଡ ମାନଙ୍କ ଜାତିରେ ଜନ୍ମ ହୋଇଥିଲେ । ଅାଉ ଉତ୍ତରଭାରତରେ ଏହି ଭଳି ମନ୍ଦିର ପ୍ରାୟତଃ ଦେଖିବାକୁ ମିଳି ନଥାଏ । ତେବେ ରାବଣଙ୍କୁ ଭାରତରେ ହିନ୍ଦୁ ମାନେ ପୂଜା କରିବା ନିହାତି ଏକ ରହସ୍ୟମୟ ଧାରା ।

ଅବଶ୍ୟ ସୂଚନା ଅନୁସାରେ ଶ୍ରୀଲଙ୍କା ଓ ମାଲଡିଭ୍‌ସ ଅନେକ ସ୍ଥାନରେ ରାବଣ ଉପସାନା ରହଥିବା କଥା ଶୁଣିବାକୁ ମିଳେ ଭାରତରେ ରାବଣ ଉପାସନା । ଏମିତି ରାମାୟଣର ବର୍ଣ୍ଣନା ଅନୁସାରେ ରାବଣ ହିନ୍ଦୁ ମାନଙ୍କ ପାଇଁ ହେଉଛନ୍ତି ରାମାୟଣର ଖଳନାୟକ । ଅାଉ ସେ ମାତା ସତୀ ସୀତାଙ୍କୁ ଅପହରଣ କରିଥିଲେ । ତେଣୁ ପ୍ରଭୁ ରାମଚନ୍ଦ୍ର ତାଙ୍କୁ ବଦ୍ଧକରିଥିଲେ । ଅାଉ ମାତା ସୀତାଙ୍କୁ ଉଦ୍ଧାର କରାଯାଇଥିଲା ।ଭାବନ୍ତୁ ଏମିତି ଭାବନା ହିନ୍ଦୁ ଧର୍ମବିଶ୍ୱାସୀଙ୍କ ମନ ଭିତରେ ଥିଲେ ମଧ୍ୟ ଭାରତରେ ଅନେକ ସ୍ଥାନରେ ରାବଣ ଉପାସାନା କରାଯାଉଛି ।ଏପରିକି ରାବଣଙ୍କ ଧର୍ମ ପତ୍ନୀ ଥିବା ରାଣୀ ମନେ୍ଦାଦରୀଙ୍କୁ ନେଇ ମଧ୍ୟ ଅନେକ କାହାଣୀ ଓ କିମ୍ବଦନ୍ତୀ ଶୁଣିବାକୁ ମିଳେ । ମଧ୍ୟପ୍ରଦେଶର ମନେ୍ଦାସର ଜିଲ୍ଲାକୁ କୁହାଯାଏ ରାଣୀ ମନେ୍ଦାଦରୀଙ୍କ ଜନ୍ମ ସ୍ଥାନ । ଅାଉ ରାବଣଙ୍କୁ ଏହି ସ୍ଥାନରେ ଜ୍ୱାଇଁର ସମ୍ମାନ ଦିଅାଯାଏ । ଅାଉ ରାବଣଙ୍କୁ ଏଠାରେ ପୂଜା କରାଯାଏ । ମନ୍ଦସୌର ସହରର ନାମଦେଓ ବୈଷ୍ଣବ ସମାଜର ଲୋକେ ରାବଣଙ୍କୁ ଦଶହରା ଦିନ ପୂଜା କରିଥାନ୍ତି । କାରଣ ବିଶ୍ୱାସ ଅନୁସାରେ ରାବଣ ହେଉଛନ୍ତି ସେମାନଙ୍କ ଜ୍ୱାଇଁ ଭାବନ୍ତୁ କେତେ ରହସ୍ୟମୟ ଲୋକବିଶ୍ୱାସ ଏହା । ଏଠାକୁ ଗଲେ ଅାପଣ ରାବଣଙ୍କର ଏକ ଶାୟିତ ମୂର୍ତ୍ତି ଦେଖିବାକୁ ପାଇବେ । ୨୦୦୫ ମସିହାରେ ମନ୍ଦସୌର ର ରାବଣରୁଣ୍ଡିରେ ଏକ ୩୫ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯାଇଛି ଦଶହରା ଦିନ ମହିଳାମାନେ ଜ୍ୱାଇଁଙ୍କୁ ସମ୍ମାନ ହିସାବରେ ରାବଣଙ୍କ ସମ୍ମୁଖକୁ ନଅାସି ଲୁଚିକରି ଦର୍ଶନ କରୁଥିବା ବେଳେ ପୁରୁଷ ମାନେ ରାବଣଙ୍କୁ ଉପାସନା କରିଥାନ୍ତି ।

ରାବଣ ଜଣେ ଦୁରାଚାରୀ ଶାସକ ହୋଇଥିଲେ ମଧ୍ୟ ଉଚ୍ଚକୋଟୀର ବ୍ରାହ୍ମଣ ଭାବେ ପୁରାଣରେ ବର୍ଣ୍ଣିତ ରହିଛି । ମହାନ ଶିବଭକ୍ତ ରାବଣର ମୃତ ଶରୀରକୁ ନେଇ ଆଜି ମଧ୍ୟ ରହସ୍ୟମୟ । ସେହିପରି ହିମାଚଳପ୍ରଦେଶର କାଙ୍ଗା୍ର ଜିଲ୍ଲାର ମୁଖ୍ୟ ସଦରମହକୁମା ଠାରୁ ପ୍ରାୟ ୬୦ କିଲୋ ମିଟର ଗଲା ପରେ ପଡ଼ିଥାଏ ବୈଜ୍ୟନାଥ ଯେଉଁଠାରେ ରହିଛି ପ୍ରସିଦ୍ଧ ବୈଦ୍ୟନାଥ ଶିବ ମନ୍ଦିର । ଏଠାରେ ମଧ୍ୟ ରାବଣଙ୍କୁ ଉପାସନା କରିବାର ଶୁଣାଯାଏ ସେଥିପାଇଁ ଏଠାରେ ମଧ୍ୟ ଦଶହରା ଦିନ ରାବଣପୋଡ଼ିର ପରମ୍ପରା ନଥାଏ । ବିଶ୍ୱାସ ଅନୁସାରେ ରାବଣ ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାତି । ଏବଂ ଋଷି ବିଶ୍ରବାଙ୍କର ପୁତ୍ର ଅାହୁରି ମଧ୍ୟ ରାବଣ ହେଉଛନ୍ତି ଧନଦେବତା କୁବେରଙ୍କ ଭାଇ ।ରାବଣଙ୍କୁ ଶାସ୍ତ୍ର ଅନୁସାରେ ବେଦଜ୍ଞ ତଥା ଶିବ ଭକ୍ତ ବୋଲି ଗ୍ରହଣ କରାଯାଇଛି ତେଣୁ ରାବଣଙ୍କୁ ପୋଡ଼ିବା ଉଚିତ ନୁହେଁ ।

ଏହି ବିଶ୍ୱାସ ଅନୁସାରେ ଏଠାରେ ମଧ୍ୟ ଦଶହରାକୁ ରାବଣ ପୋଡ଼ି କରାଯାଏ ନାହିଁ । ଏବେବି ରହସ୍ୟମୟ ରାବଣ, ବିଶ୍ୱାସ ଅନୁସାରେ ଏବେବି ଗୁମ୍ଫାରେ ରହିଛି ରାବଣର ମୃତ ଶରୀର !

Comments are closed.