Latest Odisha News

BREAKING NEWS

ପୁରୀରେ ଗୋଷ୍ଠୀ ସଂଘର୍ଷରୁ ବୋମା ବିସ୍ଫୋରଣ, ୬ ଆହତ

ପୁରୀ: ପୁରୀ ସହର ଉପକଣ୍ଠସ୍ଥ ବଳିଆପଣ୍ଡା ଥାନା ନିକଟ ମଙ୍ଗଳାସାହିରେ ରବିବାର ରାତିରେ ବୋମା ବିସ୍ଫୋରଣ ଘଟି ୬ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।

ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଜଣେ ଝିଅକୁ କମେଣ୍ଟ ମାରିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ଘଟଣା ତୀବ୍ର ଆକାର ଧାରଣ କରିବା ଫଳରେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରିଥିଲେ ।

ଏହି ଘଟଣାର କିଛିସମୟ ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରେ ବୋମା ଫିଙ୍ଗି ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଆସି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.