Latest Odisha News

BREAKING NEWS

‘ଦ କେରଳ ଷ୍ଟୋରି’ ପରେ ହଙ୍ଗାମା ସୃଷ୍ଟି କରିବ ଏହି ତିନି ଫିଲ୍ମ; ଖୁବ ଶୀଘ୍ର ମୁକ୍ତିଲାଭ

ମୁମ୍ବାଇ: ଆଜିକାଲି ବକ୍ସ ଅଫିସରେ ବୋବାଲ କରୁଛି କମ ବଜେଟ ଫିଲ୍ମ  ।  ୧୫ରୁ ୨୦ କୋଟି ବଜେଟରେ ନିର୍ମିତି ଫିଲ୍ମ ‘ଦ କେରଳ ଷ୍ଟୋରି’ ବର୍ତ୍ତମାନ ସୁଦ୍ଧା ୨୮୭.୭୯ କୋଟି ଆୟ କରିସାରିଲାଣି । କେରଳ ଷ୍ଟୋରି ପରେ ଆସୁଛି ଆହୁରି ତିନୋଟି ଫିଲ୍ମ । ଅଳ୍ପ ବଜେଟର ଏହି ଫିଲ୍ମ କେରଳା ଷ୍ଟୋରିର ରେକର୍ଡ ବି ଭାଙ୍ଗିପାରେ ।

ରିଲିଜର ପ୍ରଥମ ଦିନରୁ ସୁଦୀପ୍ତ ସେନଙ୍କ ଦ କେରଲ ଷ୍ଟୋରି ବକ୍ସ ଅଫିସରେ ତାର ଦବଦବା ଜାରି ରଖିଛି । ଖୁବ ଶୀଘ୍ର ଏହା ୩୦୦ କୋଟି କ୍ଲବରେ ସାମିଲ ହେବାର ଆଶା ରଖାଯାଇଛି ।ଏହି ଫିଲ୍ମକୁ ନେଇ ଖୁବ ବିବାଦ ଉଠିଥିଲା ଆଉ ଏହି କାରଣରୁ ହିଁ ଫିଲ୍ମଟି ଏତେ ହିଟ ହୋଇଥିଲା ।
ତେବେ ଏଠି କହିବାର କଥା ହେଲା,  ଆହୁରି ୩ଟି ଅଳ୍ପ ବଜେଟର ଫିଲ୍ମ ଶୀଘ୍ର ରିଲିଜ ହେବାକୁ ଯାଉଛି । ଚଳିତବର୍ଷ ହିଁ ତିନୋଟିଯାକ ଫିଲ୍ମ ରିଲିଜ ହେବ  ।  କାଶ୍ମୀର ଫାଇଲ ଏବଂ କେରଳ ଷ୍ଟୋରି ପରି ଏହା ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବା ସହ ଭଲ ରୋଜଗାର କରି ବୋଲି ଆଶା କରାଯାଉଛି । ତେବ ଆସନ୍ତୁ ଜାଣିବା କ’ଣ ଏହି ଫିଲ୍ମ ଏବଂ କାହିଁକି ଏହା ହିଟ କରିବ ବୋଲି କୁହାଯାଉଛି ?

ସଞ୍ଜୟ ପୁରନ ସିଂହଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୭୨ ହୁରେନ’ ( ( 72 Hoorain) ) ଜୁଲାଇ ୭ ତାରିଖରେ ରିଲିଜ ହେବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଫିଲ୍ମ ଆତଙ୍କବାଦ ଉପରେ କରାଯାଇଛି । ଯୁବପୀଢିଙ୍କୁ କିପରି ଆତଙ୍କବାଦ ଆଡକୁ ଯିବା ପାଇଁ ପ୍ରଲୋଭନ ଦିଆଯାଉଛି, କିପରି ସେମାନଙ୍କର ବ୍ରେନ ୱାସ କରାଯାଉଛି ତାହାକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି । ଫିଲ୍ମରେ ପବନ ମାଲହୋତ୍ରା ଏବଂ ଅମୀର ବଶୀରଙ୍କୁ ମୁ୍ଖ୍ୟ ଭୂମିକାରେ ଦେଖିବାକୁ ମିଳିବ । କେରଳ ଷ୍ଟୋରି ପରେ ଏହି ଫିଲ୍ମ ମଧ୍ୟ ବିବାଦ ଘେରରେ ଆସିଲାଣି । ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ପରେ ହିଁ ଏହାକୁ ବିରୋଧ କରିବା ଆରମ୍ଭ ହୋଇ ଯାଇଛି ।

‘୭୨ ହୁରେନ’ ପରେ ହଙ୍ଗାମା କରିବ ‘ଅଜମେର ୯୨’ (Ajmer 92) । ୧୯୯୨ରେ ଅଜମେର ରେପ ଘଟଣାକୁ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୁଷ୍ପନ୍ଦ୍ର ସିଂହ । ସୁରଜ ପାଲ ରଜକ, ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଏବଂ ପୁଷ୍ପେନ୍ଦ୍ର ସିଂହଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମକୁ ଅନେକ ଅନୁଷ୍ଠାନ ପକ୍ଷରୁ ବିରୋଧ କରାଗଲାଣି । ଏପରିକି ଏହାକୁ ବ୍ୟାନ କରିବା ପାଇଁ ମଧ୍ୟ ଦାବି ଉଠିଲାଣି । ଏହି ଫିଲ୍ମ ସମାଜରେ ଭେଦଭାବ ଆଣିବା ତଥା ଅଜମେରର ଭଦ୍ର ଲୋକଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ପ୍ରସ୍ତତ କରାଯାଇଛି ବୋଲି ଉକ୍ତ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । କେରଳ ଷ୍ଟୋରି ପରେ ‘ଅଜମେର ୯୨’ କୁ ନେଇ ବିବାଦ ଅଧିକ ତେଜୁଛି ।

ଆଉ ଏକ ଫିଲ୍ମ ହେଉଛି, ‘ଦ ଡାଏରୀ ଅଫ ୱେଷ୍ଟ ବେଙ୍ଗଲ’ । କେରଳ ଷ୍ଟୋରିକୁ ନେଇ ପଶ୍ଚିମବଙ୍ଗରେ ବିରୋଧ କମିନି । ତା ଭିତରେ ଆାହୁରି ବୋବାଲ କରିଛି ‘ଦ ଡାଏରୀ ଅଫ ୱେଷ୍ଟ ବେଙ୍ଗଲ’ । ଏହି ଫିଲ୍ମକୁ ନେଇ ପଶ୍ଚିମବଙ୍ଗ ପୋଲିସର ଟାର୍ଗେଟରେ ଏବେ ଅଛନ୍ତି ଫିଲ୍ମର ନିର୍ଦ୍ଦେଶକ ମନୋଜ ମିଶ୍ର । ନିର୍ଦ୍ଦେଶକ ଏହି ଫିଲ୍ମ ଦ୍ୱାରା ରାଜ୍ୟକୁ ବଦନାମ କରିବା ଚକ୍ରାନ୍ତ କରୁଛନ୍ତି ବୋଲି ପଶ୍ଚିମବଙ୍ଗ ପୋଲିସ ଅଭିଯୋଗ ଆଣିଛି ।

Comments are closed.